ଝରାଫୁଲଙ୍କ ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍ । ସିଲ୍ ହେଲା ଶିବସାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୨୦୧ ।

367

କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଘଟଣାରେ ସିଲ୍ ହେଲା ଗେଷ୍ଟ ହାଉସର ରୁମ୍ । ଭୁବନେଶ୍ୱର ଶିବସାଇ ଗେଷ୍ଟ ହାଉସର ରୁମ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ । ରୁମ୍ ନଂ ୨୦୧ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ । ତେବେ ଆଜି ପାଖାପାଖି ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ରୁମକୁ ସିଲ୍ କରିଛି କୁଆଖିଆ ଥାନା ପୋଲିସ ।

ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ ଜାରି ରହିଛି । ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ । ମୃତ୍ୟ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି । ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ୍ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ କରୁଛି ପୁଲିସ । ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତ ସାଇଣ୍ଟିଫିକ ଟିମ୍ ଚଢାଉ କରିଛି । ଗେଷ୍ଟ ହାଉସ ମାଲିକଙ୍କୁ ବି ପଚରାଉଚରା କରାଯାଉଛି । ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଏହି ଗେଷ୍ଟ ହାଉସରେ ରହିଥିଲେ । ୨୭ ତାରିଖ ସକାଳେ ରାକେଶ ଓ ଆଉ ଜଣେ ବନ୍ଧୁ ଝରାଫୁଲଙ୍କୁ ସ୍କୁଟିରେ ବସାଇ ନେଉଥିବାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି ।