କନକ ବ୍ୟୁରୋ : ଟିଭି ଆଙ୍କରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଚ୍ୟାନେଲଗୁଡ଼ିକର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟଳୟ । କହିଲେ, କୌଣସି ବି ଘୃଣା ସୃ୍ଷ୍ଟକାରୀ ବୟାନକୁ ରୋକିବା ଆଙ୍କରଙ୍କ ଦାୟିତ୍ୱ । ଏ ସମ୍ପର୍କରେ ଦାଏର ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ କେଏମ୍ ଯୋଶେଫ ଓ ଜଷ୍ଟିସ ଋଷିକେଶ ରାୟ ଚ୍ୟାନେଲ ଗୁଡ଼ିକୁ କଡ଼ା ଭର୍ସନା କରିଛନ୍ତି । ସେହିପରି ସରକାର କ’ଣ ପାଇଁ ଏହି ମାମଲାରେ ଚୁପ୍ ରହିଛନ୍ତି ?

Advertisment

ଏହା କ’ଣ ଏକ ସାଧାରଣ ପ୍ରସଙ୍ଗ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଜରୁରି । ହେଲେ ଟିଭିରେ ଅପଶବ୍ଦ କହିବାକୁ ସ୍ୱାଧୀନତା ଦିଆଯାଇ ପାରିବ ନାହିଁ । ଏଭଳି କରିଥିବା ବ୍ରିଟେନର ଏକ ଟିଭି ଚ୍ୟାନେଲ ଉପରେ ବହୁ ପରିମାଣର ଜରିମାନା ଲଗାଯାଇଥିଲା । ଗଣମାଧ୍ୟମ ବା ସୋସିଆଲ ମିଡିଆ ଚ୍ୟାନେଲରେ ବକ୍ତବ୍ୟ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ତେଣୁ କେହି ଯେପରି ଘୃଣା ସୃଷ୍ଟିକାରୀ ବକ୍ତବ୍ୟ ନଦିଅନ୍ତି ତାହା ସୁନିଶ୍ଚିତ କରିବା ଆଙ୍କରଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ ସିଧାସିଧା କହିଛନ୍ତି ।