ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମାନ୍ ତାଲିକାରେ ହିଟମ୍ୟାନ୍ । ଆଇସିସି Rankingରେ ଚମକିଲେ ରୋହିତ ।

726

କନକ ବ୍ୟୁରୋ : ଆଇସିସି Rankingରେ ଚମକିଲେ ଟିମ୍ ଇଣ୍ଡିଆର ଧୁରନ୍ଧର ଓପନର ବ୍ୟାଟ୍ସମ୍ୟାନ୍ ହିଟମ୍ୟାନ୍ ରୋହିତ ଶର୍ମା । ଟେଷ୍ଟ କ୍ରିକେଟରେ ଦୁନିଆର ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ତାଲିକାରେ ସ୍ଥାନ ପାଇଛନ୍ତି ରୋହିତ ଶର୍ମା । ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଦଳକୁ ଦମଦାର ବିଜୟ ଭେଟି ଦେଇଥିବା ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

ଏହି ତାଲିକାରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଥିବା ବେଳେ ଷଷ୍ଠ ସ୍ଥାନକୁ ଆସିଛନ୍ତି ରୋହିତ ଶର୍ମା । ସେହିପରି ଟିମ୍ ଇଣ୍ଡିଆର ଓି୍ୱକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥ ସପ୍ତମ ସ୍ଥାନରେ ରହିଛନ୍ତି ।

କେନ୍ ୱିଲିୟମସନ୍ ୯୦୧ ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୮୯୧ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।