କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ହାଇଭୋଲଟେଜ ମୁକାବିଲା । ଉଭୟ ଟିମ ମୈଦାନକୁ ଓହ୍ଲାଇବା ସହ ଆରମ୍ଭ କରିଛନ୍ତି ବିଶ୍ୱକପ ଅଭିଯାନ । ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଅଧିନାୟକ ଭାର ସମ୍ଭାଳିଥିବା ବେଳେ ମୈଦାନରେ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି । ମ୍ୟାଚ୍ ପୂର୍ବରୁ ଉଭୟ ଟିମ୍ ଜାତୀୟ ସଙ୍ଗୀତ ଗାନ କରିଥିଲେ । ମେଲବୋର୍ଣ୍ଣରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ ଯେତେବେଳେ ଟିମ୍ ଇଣ୍ଡିଆ ମୈଦାନରେ ରାଷ୍ଟ୍ରଗାନ କରୁଥିଲା ସେତେବେଳେ ରୋହିତ ଶର୍ମା ବେଶ ଭାବବିହ୍ୱଳ ହୋଇଥିଲେ ।

Advertisment

ରାଷ୍ଟ୍ରଗାନ ସମୟରେ ରୋହିତଙ୍କ ଭାବବିହ୍ୱଳ ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ ଶର୍ମା ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଖେଳିଥିବା ବେଳେ ଚଳିତ ବର୍ଷ ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି । ତେବେ ପ୍ରଥମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ ସହ ପାକିସ୍ତାନକୁ ବଡ ସ୍କୋର କରିବାକୁ ସୁଯୋଗ ଦେଇନାହିଁ ।