ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଦିନିକିଆରେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱ 

1,064

କନକ ବ୍ୟୁରୋ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଟିମ ଇଣ୍ଡିଆ ଟେଷ୍ଟ ଦଳ ଘୋଷଣା ହୋଇଥିଲା ବେଳେ ଏଥିରେ ଅଧିନାୟକ ରହିଛନ୍ତି ବିରାଟ କୋହଲି । ହେଲେ ଟି-୨୦ ଓ ଦିନିକିଆ ଟିମ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବା ଆଜିଙ୍କ୍ୟ ରାହାଣେଙ୍କ ବଦଳରେ ରୋହିତଙ୍କୁ ଟେଷ୍ଟର ଉପ ଅଧିନାୟକ ପଦ ଦିଆଯାଇଛି ।

ଦୀର୍ଘ ସମୟ ଧରି ଯେଉଁ କଥା ଚର୍ଚ୍ଚା ହେଉଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛି ବିସିସିଆଇ । ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତଙ୍କୁ ଦିନିକିଆ ଅଧିନାୟକ ପଦ ଦିଆଯାଇଛି । କୁହାଯାଉଛି ଆଗାମୀ ୨୦୨୩ ଦିନିକିଆ ବିଶ୍ୱକପ ପ୍ରସ୍ତୁତ ପାଇଁ ରୋହିତଙ୍କୁ ଅଧିନାୟକ ପଦ ଦିଆଯାଇଛି ।

ଟେଷ୍ଟ ଟିମ: ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର, ହନୁମା ବିହାରୀ, ରିଷବ ପନ୍ତ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନୀ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରାହ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ।