ରୋହିତ, କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ । ବିଜୟ ଆଡକୁ ଧିରେ ଧିରେ ଆଗଉଛି ଭାରତ ।

135

କନକ ବ୍ୟୁରୋ : ୩୩୮ ରନର ବିଶାଳ ବିଜୟଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଜାରି ରଖିଛି ଭାରତ । ପ୍ରଥମରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ କୌଣସି ରନ୍ କରିବା ପୂର୍ବରୁ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହା ପରେ ଚାପରେ ରହିଥିଲା ଭାରତୀୟ ଦଳ । କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିିଂ ପାଇଁ ଦଳ ଏବେ ବିଜୟ ଆଡକୁ ଧିରେ ଧିରେ ଅଗ୍ରସର ହେଉଛି । ରିପୋର୍ଟ ଲେଖା ହେବା ସୁଦ୍ଧା ବିରାଟ ବାହିନୀ ୨୪ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୧୨ ରନ୍ ସଂଗ୍ରହ କରିଛି ।