ବାଂଲାଦେଶ ସୀମାରେ ୪ ଲକ୍ଷ ରୋହିଙ୍ଗ୍ୟା ମୁସଲିମ ! ୨ ମାସରେ ୩ ଲକ୍ଷରୁ ଅଧିକ ଦେଶ ଛାଡ଼ିଛନ୍ତି

123

କନକ ବ୍ୟୁରୋ: ଜାତିସଂଘର ସହଯୋଗୀ ସଂଗଠନ ୟୁଏନଏଚସିଆରଙ୍କ ରିପୋର୍ଟ ମୁତାବକ, ଗତ ୨ମାସ ମଧ୍ୟରେ ମିଆଁମାରରୁ ପ୍ରାୟ ୩ ଲକ୍ଷ ୩୦ହଜାର ରୋହିଙ୍ଗ୍ୟା ମୁସଲିମ୍ ପଳାୟନ କରିଛନ୍ତି । ଏହି ଶରଣାର୍ଥୀମାନେ ବାଂଲାଦେଶର ୨ଟି ଶିବିରରେ ରହିଥିଲେ, ଯେଉଁଠାର ଅବସ୍ଥା ବହୁତ ଖରାପ ଥିଲା । ମୁଖ୍ୟକଥା ହେଲା ଯେ, ରୋହିଙ୍ଗ୍ୟାମାନେ ବାଂଲାଦେଶ ଓ ମିଆଁମାର ସୀମାରେ ପ୍ରବାହିତ ହେଉଥିବା ନଦୀର ଅବବାହିକା ଅଞ୍ଚଳରେ ଥିବା ବସ୍ତିରେ ରହୁଥିଲେ । ପ୍ରବଳ ବର୍ଷା ହେବାରୁ ଏହି ଶରଣାର୍ଥୀଙ୍କ ଝାଟିମାଟିରେ ତିଆରି ହୋଇଥିବା ଘର ଭାଙ୍ଗି ଯାଇଥିଲା । ପୁଣି ଏତେ ସଂଖ୍ୟାରେ ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିବା ସହଜ ହୋଇ ନ ଥିବାରୁ ସେମାନେ କ୍ରମାଗତ ଭାବେ କ୍ଷୁଧାର ଶିକାର ହୋଇଥିଲେ ।

ବାଂଲାଦେଶର କୋକ୍ସ ବଜାରରେ ଥିବା ୨ଟି ଶିବିରରେ ଗତ ଅଗଷ୍ଟ ୨୫ ପୂର୍ବରୁ ୩୪ ହଜାରରୋହିଙ୍ଗ୍ୟା ମୁସଲିମ୍ ଶରଣାର୍ଥୀ ରହୁଥିଲେ । କିନ୍ତୁ ଏବେ ଏହି ସଂଖ୍ୟା ୪ ଲକ୍ଷ ୩୬ହଜାରରେ ପହଞ୍ଚିଛି । ଏଠାରେ ଏବେ ଲୋକଙ୍କ ରହିବା ପାଇଁ ସ୍ଥାନର ଅଭାବ ଦେଖାଯାଉଛି । ଏଥିରେ ଥିବା ଶରଣାର୍ଥୀଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା । ମହିଳାଙ୍କ ମଧ୍ୟରୁ ଅଧିକାଂଶ ନବଜାତ ମାନଙ୍କ ସହିତ ଆସିଛନ୍ତି ।

ପୁଲିସ ଶିବର ଉପରକୁ ଆକ୍ରମଣ 

ବାଂଲାଦେଶର ରଖାଇନ ଅଞ୍ଚଳରେ ଗତ ଅଗଷ୍ଟ ୨୫ରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ରୋହିଙ୍ଗ୍ୟା ମୁସଲିମ୍ ବାଳକମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ । ଏହା ପରେ ପୁଲିସ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା । କାର୍ଯ୍ୟାନୁଷ୍ଠାନର ଫଳ ଏମିତି ହେଲା ଯେ, ରୋହିଙ୍ଗ୍ୟା ମୁସଲିମମାନଙ୍କୁ ବାଂଲାଦେଶ ଛାଡ଼ିବାକୁ ପଡ଼ିଥିଲା । ରୋହିଙ୍ଗ୍ୟାଙ୍କ ସମ୍ପର୍କରେ ବାଂଲାଦେଶୀ ସେନା କହିଛି, ରୋହିଙ୍ଗ୍ୟା ପିଲାମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ ।