କନକ ବ୍ୟୁରୋ : ବଦଳିବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ସଭାପତି । ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ରୋଜର ବିନ୍ନି ନେବେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ । ବିନ୍ନି ପରବର୍ତ୍ତୀ ସଭାପତି ହେବା ଏକପ୍ରକାର ନିଶ୍ଚିତ । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି ।

Advertisment

୧୪ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଆବଶ୍ୟକ ପଡ଼ିଲେ ନାମ ପ୍ରତ୍ୟାହାର କରିପାରିବେ । ୧୫ ତାରିଖରେ ଚୂଡାନ୍ତ ତାଲିକା ଘୋଷଣା କରାଯିବ । ଆସନ୍ତା ୧୮ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ସାଧାରଣ ପରିଷଦ ବୈଠକରେ ସେ ବୋର୍ଡର ଦାୟିତ୍ୱ ଗ୍ରହଣ କରିବା ସମ୍ଭାବନା ରହିଛି । ସେହିପରି ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକଳାପକୁ ନେଇ ବିସିସିଆଇର ଅନ୍ୟ ସଦସ୍ୟ ଅସନ୍ତୁଷ୍ଟ ଥିବା କୁହାଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ

- ପ୍ରତ୍ୟେକ ସଦସ୍ୟ ୨ଟି ଲେଖାଏଁ ଅବଧି ପର୍ଯ୍ୟନ୍ତ ପଦ ବଜାୟ ରଖି ପାରିବେ
- ୨୦୧୯ରେ ସୌରଭ ଗାଙ୍ଗୁଲି ସଭାପତି ନିର୍ବାଚିତ ହୋଇଥିଲେ
- ଆଉ ୩ ବର୍ଷ ପର୍ଯ୍ୟନ୍ତ ସେ ସଭାପତି ଦାୟିତ୍ୱ ତୁଲାଇ ପାରିଥାନ୍ତେ
- ବିସିସିଆଇ ସଦସ୍ୟ ଗାଙ୍ଗୁଲିଙ୍କୁ ପୁଣି ସଭାପତି ପଦରେ ଦେଖିବାକୁ ଚାହୁଁନାହାନ୍ତି
- ଫଳରେ ତାଙ୍କୁ ପୁଣି ଥରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ବାରଣ କରିଥିବା ସୂଚନା
- ଗାଙ୍ଗୁଲିଙ୍କୁ ଆଇପିଏଲ୍ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା
- ଆଇପିଏଲ୍ ଅଧ୍ୟକ୍ଷ ପଦ ପାଇଁ ରାଜି ହୋଇନାହାନ୍ତି ଗାଙ୍ଗୁଲି
- ୬୭ ବର୍ଷୀୟ ଚନ୍ନିଙ୍କ କ୍ରିକେଟ୍ ପ୍ରଶାସନରେ ଢେର ଅଭିଜ୍ଞତା ରହିଛି
- କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଅନେକ ପଦ ସମ୍ଭାଳିଛନ୍ତି
- ୨୦୧୯ରୁ କେଏସସିଏର ସଭାପତି ରହିଛନ୍ତି ରୋଜର ବିନ୍ନି
- ୧୯୮୩ ବିଶ୍ୱକପ୍ ବିଜୟରେ ବିନ୍ନିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା