ବିସିସିଆଇକୁ ମିଳିପାରେ ନୂଆ ଅଧ୍ୟକ୍ଷ: ନାମାଙ୍କନ ପରେ ରେସରେ ସବୁଠୁ ଆଗରେ ରୋଜର ବିନ୍ନିଙ୍କ ନାଁ

160

କନକ ବ୍ୟୁରୋ: ବଦଳିବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ସଭାପତି । ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ରୋଜର ବିନ୍ନି ନେଇପାରନ୍ତି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ । ଅର୍ଥାତ୍ ବିନ୍ନି ବିସିସିଆଇର ନୂଆ ଅଧ୍ୟକ୍ଷ ଦୌଡ଼ରେ ସବୁଠାରେ ଆଗରେ ରହିଥିବା ସୂଚନା ମିଳିଛି । ମଙ୍ଗଳବାର ନୂଆ ବିସିସିଆଇର ନୂଆ ଅଧ୍ୟକ୍ଷ ପାଇଁ ନାମାଙ୍କନ ହୋଇଛି । କିନ୍ତୁ ବିନ୍ନି ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେବାର ସମ୍ଭାବନା ରହିଛି । ତେବେ ଜୟ ଶାହ ସମ୍ପାଦକ ପଦରେ ସ୍ଥାନ ବଜାୟ ରଖିବେ ।

ସେହିପରି ଆଶିଷ ଶେଲାର କୋଷାଧ୍ୟକ୍ଷ ପଦ ସମ୍ଭାଳିବେ । ସୌରଭ ଗାଙ୍ଗୁଲି ଓ ଜୟ ଶାହଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ । ଦୁହେଁ ୨୦୧୯ରେ ଏହି ପଦ ସମ୍ଭାଳିଥିଲେ । ପୂର୍ବରୁ ସୂଚନା ମିଳିଥିଲା ଯେ ଗାଙ୍ଗୁଲି ପୁଣିଥରେ ବିସିସିଆଇର ଅଧ୍ୟକ୍ଷ କିମ୍ବା ଆଇସିସି ଚେୟାରମ୍ୟାନ୍ ପଦ ପାଇଁ ନାମାଙ୍କନ କରିପାରନ୍ତି । କିନ୍ତୁ ହଠାତ୍ କାହିଁକି ତାଙ୍କ ପତା କଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁସାରେ, ବୋର୍ଡର କିଛି ସଦସ୍ୟ ଗାଙ୍ଗୁଲିଙ୍କ ଆଭିମୁଖ୍ୟକୁ ବିରୋଧ କରୁଛନ୍ତି । ତେବେ ଅସଲ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।