ଆସନ୍ତାକାଲି ପୁଣି ଇଡ଼ିରେ ହାଜର ହେବେ ରବର୍ଟ ଭଦ୍ରା : ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ

79

କନକ ବ୍ୟୁରୋ : ଆସନ୍ତାକାଲି ପୁଣିଥିରେ ଇଡ଼ିରେ ହାଜର ହେବେ ରବର୍ଟ ଭଦ୍ରା । ଇଡ଼ି ପକ୍ଷରୁ ରବର୍ଟ ଭଦ୍ରାଙ୍କୁ ଏନେଇ ସମନ ଆସିଛି । ମନିଲଣ୍ଡ୍ରିଂ ମାମଲାରେ ରବର୍ଟଙ୍କୁ ପଚରାଉଚରା କରିବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ହୋଇଛି । ଏଥର ଲଣ୍ଡନ ପ୍ରପଟିକୁ ନେଇ ରୋବର୍ଟଙ୍କୁ ପଚରାଉଚରା କରିବ ଇଡ଼ି । ଏହା ସହ ରବର୍ଟଙ୍କ ନିକଟତର ବନ୍ଧୁ ସଂଜୟ ଭଣ୍ଡାରୀଙ୍କ ବିଷୟରେ ମଧ୍ୟ ରବର୍ଟଙ୍କୁ ପଚରା ଯାଇପାରେ ବୋଲି ସୂଚନା ରହିଛି ।

ବେଆଇନ ଭାବେ ଲଣ୍ଡନ ପ୍ରପର୍ଟି କିଣାଯାଇଥିବା ଇଡ଼ି ପକ୍ଷରୁ କୁହାଯାଇଛି । ଏପରିକି ଏଥିରେ କଳାଧନ ସମ୍ପୃକ୍ତ ଅଛି ବୋଲି ଇଡ଼ି ପକ୍ଷରୁ ସୂଚନା ରହିଛି । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ରୋବର୍ଟ ଭାଦ୍ରାଙ୍କ ଜମାନତ ଖାରଜ ପାଇଁ ଅପିଲ କରିଥିଲା ଇଡ଼ି । ଯାହାକୁ ଆଧାର କରି ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ରବର୍ଟ ଭଦ୍ରାଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଥିଲା ।