କନକ ବ୍ୟୁରୋ: ନିର୍ବାଚନ ଆସିଲେ କାମ କଥା ମନେ ପଡ଼େ ବୋଲି ଅଭିଯୋଗ ଆଣିଛନ୍ତି ଗଂଜାମ ଜିଲ୍ଲା କୁଟୁଂଣିକୁମ୍ପାର ଗ୍ରାମବାସୀ । ବର୍ଷା ଦିନେ ରାସ୍ତା କାମ ହେବାରୁ ଅଳ୍ପ କିଛି ମାସ ମଧ୍ୟରେ ରାସ୍ତା ଖାଲ ଖମାରେ ଭରିଯାଉଛି । ଥରେ ତିଆରି କରିବା ପରେ ରାସ୍ତାର ଅବସ୍ଥା କେହି ବୁଝୁନାହାନ୍ତି । ରାସ୍ତା ସମସ୍ୟାକୁ ନେଇ ଗୁହାରି କଲେ କେହି ଶୁଣନ୍ତି ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Advertisment

ବର୍ଷା ଦିନେ କୋଟି କୋଟି ଟଙ୍କାର ରାସ୍ତା କାମ ହେଉଛି । ଭଂଜନଗର ଠାରୁ ଲାଲସିଂଗଂ, ସାନକୋଦଣ୍ଡା, ବାହାଡ଼ାପଦର ଓ ମୁଜାଗଡ଼ର ୧୭ କିଲୋମିଟର ରାସ୍ତାରେ ଖର୍ଚ୍ଚ ହେବ ୧୭ କୋଟି ଟଙ୍କା । ଅକ୍ଟୋବର ୩୧ ତାରିଖ ସୁଦ୍ଧା କାମ ସାରିବା ନେଇ ସୂଚନା ଫଳକରେ ଉଲ୍ଲେଖ ରହିଛି । ହେଲେ ଠିକାଦାରଙ୍କ ମନମାନି ଯୋଗୁଁ କାମ ଆରମ୍ଭରେ ବିଳମ୍ବ ହୋଇଛି । ତରବରିଆ ଭାବେ ବର୍ଷା ଦିନେ ରାସ୍ତାରେ ପିଚୁ ପକାଯାଉଛି । ମେଟାଲ ନପପକାଇ ପୁରୁଣା ପିଚୁ ଖୋଳି ପୁଣି ଥରେ ପିଚୁ ପକାଯାଉଛି । ଝିପ ଝିପ ବର୍ଷରେ ସ୍ଥାନୀୟ ଲୋକ ଚାଷ କାମରେ ବ୍ୟସ୍ତ ଥିବାରୁ ଠିକା ସଂସ୍ଥା ନିମ୍ନମାନର କାମ କରି ଖସି ଯିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । କାମ ଚଳାଇଦେବାକୁ ବସିଛି । ଏଭଳି ଅଭିଯୋଗ ପରେ ମଧ୍ୟ ଗୁହାରି କେହି ସୁଣୁନାହିାଁନ୍ତି ।

ବର୍ଷା ଦିନେ ରାସ୍ତା କାମ କରି ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପକାଉଛନ୍ତି ଠିକାଦାର । ପିଚୁରେ ବର୍ଷା ପାଣି ମିଶିବାରୁ ପିଚୁର ଅଠାଳିଆ ଅଂଶ କାମ କରୁନାହିଁ । ଫଳରେ ନିର୍ମାଣ ହେବାର ଅଳ୍ପ କିଛି ଦିନରେ ରାସ୍ତାରୁ ଫଡାଫଡା ହୋଇ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି । ସେପଟେ କାମ କରୁଥିବା ଶ୍ରମିକ କହିଛନ୍ତି, ଶହ ଶହ କିମି ଦୁରରୁ ପିଚୁ ମିକ୍ସ ହୋଇ ଆସୁଛି, ତେଣୁ ତାକୁ ତୁରନ୍ତ କାମରେ ନଲଗାଇଲେ ଗାଡ଼ିରେ ଜମାଟ ବାନ୍ଧି ଯିବ । ତେଣୁ ବର୍ଷା ହେଲେ ମଧ୍ୟ କାମ କରିବାକୁ ପଡୁଛି ।