ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗରା, ବାଲ୍ଟି ଧରି କଳାହାଣ୍ଡି ଜିଲ୍ଲା କୋକସରାରେ ରାସ୍ତା ଅବରୋଧ କଲେ ଲୋକେ । ଯାତାୟତ ଠପ୍ । 

ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗରା, ବାଲ୍ଟି ଧରି କଳାହାଣ୍ଡି ଜିଲ୍ଲା କୋକସରାରେ ରାସ୍ତା ଅବରୋଧ କଲେ ଲୋକେ । ଯାତାୟତ ଠପ୍ । 

କନକ ବ୍ୟୁରୋ : ପାଣି ପାଇଁ ଆନ୍ଦୋଳନ । ୮ ଦିନ ଧରି ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଦେଖା ଦେବା ପରେ କଳାହାଣ୍ଡି କୋକସରାରେ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।  ଏହାକୁ ପ୍ରତିବାଦ କରି କୋକସରା ବଡପଡା ନିକଟରେ ଶତାଧିକ ମହିଳାମାନେ ଗରା ବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ରାସ୍ତା ଅବରୋଧ କରିବା ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି । ଏବେ ଘଟଣାସ୍ଥଳରେ କୋକସରା ସରପଂଚ ଓ ପୋଲିସ ପହଁଚି ବୁଝାସୁଝା କରିଛନ୍ତି । କିନ୍ତୁ ଗ୍ରାମବାସୀଙ୍କର ଜିଦ୍ ପାନୀୟ ଜଳ ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତା ଉପରୁ କେହି ଉଠିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe