ଆମ୍ୱୁଲାନ୍ସ ସହିତ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ, ଜରପଡାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା 

161

କନକ ବ୍ୟୁରୋ : ସକାଳୁ ସକାଳୁ ଆସିଲା ଏକ ଦୁଃଖଦ ଖବର । ଅନୁଗୁଳ ଜିଲ୍ଲାର ଜରପଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ।  ଆମ୍ୱୁଲାନ୍ସ ସହିତ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ । ୩ ଜଣ ଗୁରୁତର ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । 

ସୂଚନା ଅନୁଯାୟୀ, ବୁର୍ଲାରୁ କଟକ ଅଭିମୁଖେ ଆଂବୁଲାନ୍ସ ଆସୁଥିବା ସମୟରେ ଜରପଡା ଛକରେ ସକାଳ ସମୟରେ ଘଟିଛି ଏହି ଦୁର୍ଘଟଣା । ଆଂବୁଲାନ୍ସରେ ୭ ଜଣ ଲୋକ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିପାରି ନାହିଁ । ସେପଟେ ଆମ୍ବୁଲାନ୍ସରେ ଫସି ରହିଥିବା ଡ୍ରାଇଭରଙ୍କ ମୃତ ଦେହକୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ । ତେବେ ଯେଉଁ ସଡକ ଉପରେ ଦୁର୍ଘଟଣା ଘଟିଛି, ସେଠାରେ ଆଗରୁ ମଧ୍ୟ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ସୂଚନାରୁ ଜଣାପଡିଛି ।