ସୋନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ଗାଡିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ, ୫ ମୃତ, ୫ ଗୁରୁତର ।

408

କନକ ବ୍ୟୁରୋ : ସୋନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହାନଦୀ ପୋଲ ଉପରେ ବୋଲେରୋ ଓ ଟ୍ରକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଅନ୍ୟ ୫ ଜଣଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ବରଯାତ୍ରୀରେ ଯାଇ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।  ବିନିକା କଉଡିଆମୁଣ୍ଡାରୁ ପଞ୍ଚମହଲା ଓ ନମ୍ନା ଗାଁକୁ ବରଯାତ୍ରୀ ଫେରୁଥିବା ବେଳେ ମହାନଦୀ ବ୍ରିଜ ଉପରେ ବୋଲେରୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବୋଲେରୋ ଭିତରେ ମୃତକ ମାନେ ଚାପି ହୋଇ ରହିଥିବାରୁ ଗାଡିକୁ ଗ୍ୟାସ୍ କଟରରେ କାଟି ସେମାନଙ୍କୁ ବାହାର କରାଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।