କୁହୁଡି ହେଲା କାଳ: ବୋଲେରୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ,୫ ଗୁରୁତର

ଲଗାତାର ତୃତୀୟ ଦିନ ଲାଗି ରାଜ୍ୟରେ କୁହୁଡିର ଚାଦର

305

କନକ ବ୍ୟୁରୋ: କୁହୁଡି ହେଲା କାଳ । ଟ୍ରକ, ବୋଲେରୋ ଧକ୍କା । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତା କାର୍ତିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଗୁରୁତର ମାନଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତି କରାଯାଇଛି ।

ଗତ ତିନି ଦିନ ହେଲା କୁହୁଡି ଲାଗି ରହିଛି । ଆଜି ଉପକୂଳ ଜିଲ୍ଳାର ପ୍ରବଳ କୁହୁଡି ହୋଇଛି । ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡିଛି । ୧୦ମିଟରରୁ ଅଧିକ ଦୂରରୁ କିଛି ଦେଖାଯାଉନି । ଏହା ଆହୁରି ଦୁଇ ଦିନ ଲାଗି ରହିବ ବୋଲି କୁହାଯାଉଛି । ବିଶେଷ କରି ଆସନ୍ତା ୨୪ଘଂଟା ପର୍ଯ୍ୟନ୍ତ ଖୋର୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁରରେ ପ୍ରବଳ କୁହୁଡି ହେବ । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ କୁହୁଡିର ପରିମାଣ କମ୍ ରହିଛି ।