ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବରୁ ସେବାୟତଙ୍କ ଅସହଯୋଗ : ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ

ପୂର୍ବ ଷୋଷଣା ଅନୁସାରେ ନୀତିରେ ଅସହଯୋଗ କରିଛନ୍ତି ବ୍ରାହ୍ମଣ ସେବାୟତ; ଫଳରେ ରୋଷହୋମ ଠାରୁ ବନ୍ଦ ରହିଛି ନୀତି

69

କନକ ବ୍ୟୁରୋ : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପୂର୍ବରୁ ଅସହଯୋଗ କଲେ ସେବାୟତ । ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ କରି ଜାଗର ପୂର୍ବଦିନ ନୀତି ବନ୍ଦ କରିବକୁ ଘୋଷଣା କରିଥିଲା ବ୍ରାହ୍ମଣ ନିଯୋଗ । ପୂର୍ବ ଘୋଷଣା ଅନୁସାରେ ଆଜି ବ୍ରାହ୍ମଣ ସେବାୟତ ନୀତିରେ ଅସହଯୋଗ କରିଛନ୍ତି । ଫଳରେ ରୋଷହୋମ ଠାରୁ ନୀତି ବନ୍ଦ ରହିଛି ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ବିବାଦ ଯୋଗୁଁ ଦୀର୍ଘବର୍ଷ ହେଲା ପରମ୍ପରା ଭାଙ୍ଗି ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରି ସେବାୟତ ନୀତିକାନ୍ତି ବନ୍ଦ କରିଦେଇଛନ୍ତି । କପିଳନାଥ ସେବାୟତ ଓ ଲିଙ୍ଗରାଜ ସେବାୟତଙ୍କ ଭିତରେ ବିବାଦ କାରଣରୁ ଦିର୍ଘବର୍ଷ ହେଲା ହାଣ୍ଡିଭଙ୍ଗା ନୀତି ବନ୍ଦ ରହିଛି । ଦୀର୍ଘବର୍ଷ ହେଲା ଏହି ପରମ୍ପରା ବନ୍ଦ ରହିଥିବାବେଳେ ସମାଧାନ ପାଇଁ ମନ୍ଦିର ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।