ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ସେବାୟତଙ୍କ ମଧ୍ୟରେ ତୁଟୁନି ବିବାଦ ।

79

କନକ ବ୍ୟୁରୋ: ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଗତକାଲିଠାରୁ ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଲିଙ୍ଗରାଜଙ୍କ ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରିଥିବା ଅଭିଯୋଗ କରି ନୀତିରୁ ଦୂରେଇ ରହିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ଅନ୍ୟପଟେ ବଡୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି । ଏତେ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ ।