ପ୍ରେମର ମଇଦାନରେ କ୍ଲିନ୍ ବୋଲ୍ଡ ହେଲେ ଯୁବ କ୍ରିକେଟର୍ ! ପ୍ରେମିକା ଈଶା ନେଗୀଙ୍କ ଫଟୋ ସେୟାର୍ କରି ଚର୍ଚ୍ଚାରେ ରିଷଭ୍ ପନ୍ଥ ।

510

କନକ ବ୍ୟୁରୋ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ପୁଣି ଏକ ଯୁବ କ୍ରିକେଟର ଚର୍ଚ୍ଚାରେ । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ବେଳେ ୱିକେଟ୍ କିପିଂ ଓ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଥିଲେ ରିଷଭ ପନ୍ଥ । ହେଲେ ଏଥର ବ୍ୟାଟିଂ କିମ୍ବା କିପିଂକୁ ନେଇ ନୁହେଁ ଏବେ ପ୍ରେମକୁ ନେଇ ସେ ଚର୍ଚ୍ଚାରେ । ରିଷଭ୍ ପନ୍ଥ ନିଜ ପ୍ରେମିକା ଈଶା ନେଗୀଙ୍କ ଫଟୋକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଥିବା ବେଳେ ପ୍ରଶଂସକ ମହଲରେ ଏହାକୁ ନେଇ ଉକ୍ରଣ୍ଠା ଦେଖିବାକୁ ମିଳିଛି  ।

ପ୍ରେମର ମଇଦାନରେ ରିଷଭ୍ ପନ୍ଥ କ୍ଲିନ୍ ବୋଲ୍ଡ । ପ୍ରେମିକା ଈଶାଙ୍କ କଲେ ଫଟୋ ସେୟାର୍ । ପ୍ରେମିକାଙ୍କ ବାହୁ ବନ୍ଧନରେ ନଜର ଆସିଲେ ଯୁବ କ୍ରିକେଟର ରିଷଭ । ଗର୍ଲଫ୍ରେଣ୍ଡକୁ ଆଲିଙ୍ଗନ କରିଥିବା ଏକ ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ତୁମକୁ ଖୁସି ରଖିବାକୁ ଚାହେଁ, ତମେ ମୋର ଖୁସିର କାରଣ । ସେହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଫଟୋରୁ ସ୍ପଷ୍ଟ ହେଉଛି ରିଷଭ ପନ୍ଥ ଏକଲା ନୁହଁନ୍ତି, ସେ ଏବେ ରିଲେସନସିପରେ ଅଛନ୍ତି । ଫଟୋରେ ରିଷଭଙ୍କ ସହ ନଜର ଆସୁଥିବା ଯୁବତୀଙ୍କ ନାମ ଇଶା ନେଗୀ । ସେ ମଧ୍ୟ ନିଜ ଆକାଉଂଟରେ ରିଷଭଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ମେରେ ହମସଫର, ମୋର ଭଲ ବନ୍ଧୁ ଓ ମୋ ପ୍ରେମ । ଆଉ କମେଂଟରେ ରିଷଭ ପନ୍ଥ ଲେଖିଛନ୍ତି ଲଭ ୟୁ  । ରିଷଭ ପନ୍ଥଙ୍କ ଏହି ସରପ୍ରାଇଜକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିଛନ୍ତି  ।

ଚର୍ଚ୍ଚାରେ ପନ୍ଥଙ୍କ ପ୍ରେମକାହାଣୀ । ଫ୍ୟାନ୍ କଲେ ଉଚ୍ଚପ୍ରଶଂସା । ନିକଟରେ ଅଷ୍ଟ୍ରେଲିଆ ମାଟିରେ ରିଷଭ୍ ପନ୍ଥ ଦେଖାଇଥିଲେ ଦମଦାର ବ୍ୟାଟିଂ ଓ ଉପଯୋଗୀ ୱିକେଟ୍ କିପିଂ  । ଟେଷ୍ଟ ସିରିଜରେ ୭ଟି ଇନିଂସରେ ୩୫୦ ରନ୍ ସଂଗ୍ରହ କରି ରିଷଭ୍ ପନ୍ଥ ନିଜ ବ୍ୟାଟିଂର ଜବରଦସ୍ତ ନମୁନା ପ୍ରଦର୍ଶନ କରିଥିଲେ  । ସିଡନୀ ଟେଷ୍ଟରେ ସେ ୧୫୯ ରନ୍ କରିଥିବା ବେଳେ ଅନ୍ୟ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ତାଙ୍କ ପ୍ରଦର୍ଶନ ଥିଲା ପ୍ରଭାବଶାଳୀ  । ଅଷ୍ଟ୍ରେଲୀୟ ବୋଲରଙ୍କ ନିଦ ହଜାଇଥିବା ରିଷଭ୍ ପନ୍ଥ ଏବେ ପ୍ରେମର ମଇଦାନରେ ହୋଇଛନ୍ତି କ୍ଲିନ୍ ବୋଲ୍ଡ  । ପ୍ରେମିକା ତଥା ଇଂଟେରିଅର ଡିଜାଇନର ଈଶା ନେଗିଙ୍କ ସହ ଫଟୋ ସେୟାର୍ କରି ରିଷଭ୍ ପନ୍ଥ ପ୍ରେମର ଦେଇଛନ୍ତି ପ୍ରମାଣ  ।