ଋଷଭ ପନ୍ତଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର : ଦୁର୍ଘଟଣା ପରେ ପ୍ରଥମ ଥର ସୋସିଆଲ ମିଡ଼ିଆରେ ଟୁଇଟ; କହିଲେ …

209

କନକ ବ୍ୟୁରୋ : ଋଷଭ ପନ୍ତଙ୍କ ଫ୍ୟାନ ଓ କ୍ରିକେଟ ସମର୍ଥକଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଋଷଭ ପନ୍ତ । ସଡ଼କ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଋଷଭ । ସଂକଟ ସମୟରେ ସମର୍ଥନ ଦେଇଥିବା ଏବଂ ଶୁଭମନାସୀଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ସର୍ଜରୀ ସଫଳ ହୋଇଥିବା ସୂଚନା ଦେଇଛନ୍ତି । ସେହିପରି ଆଗକୁ ଫିଲ୍ଡରେ ଦେବା ହେବ ବୋଲି ଟୁଇଟ କରି ଲେଖିଛନ୍ତି ।

ଋଷଭ ତାଙ୍କ ପୋଷ୍ଟରେ ଲେଖିଛନ୍ତି- ଶୁଭକାମନା ଓ ସମର୍ଥନ ପାଇଁ ସମସ୍ତଙ୍କୁ ବିନମ୍ରତାର ସହ ଧନ୍ୟବାଦ ଜଣାଉଛି । ଆପଣ ଜାଣି ଖୁସି ହେବେ ଯେ, ମୋର ସର୍ଜରୀ ସଫଳ ହୋଇଛି । ସୁସ୍ଥ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆଗକୁ ସମସ୍ତ ଆହ୍ୱାନକୁ ସାମ୍ନା କରିବା ପାଇଁ ମୁଁ ପ୍ରସ୍ତୁତ । ସେହିପରି ସେ ତାଙ୍କ ଫ୍ୟାନ୍, ସାଥୀ ଖେଳାଳି, ଚିକତ୍ସା କରୁଥିବା ଡାକ୍ତର ସମସ୍ତଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ଦଳର ୱିକେଟ କିପର ଋଷଭ ପନ୍ତ କିଛି ଦିନ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲେ । ନିଜ ମର୍ସିଡିଜ କାରରେ ରୁରକୀ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଦୁର୍ଘଟଣା ପରେ ତାଙ୍କୁ ଡେରାଡୁନ ହସ୍ପିଟାଲ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସୁସ୍ଥ ଥିବା ଜଣାପଡ଼ିଛି ।