ଆଉ ଶୁଭିବନି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱର । ସତ୍ୟ ନଗରରେ ଶଶ୍ମାନରେ ଶେଷକୃତ୍ୟୁ । ଓଲିଉଡରେ ଶୋକର ଛାୟା

308

କନକ ବ୍ୟୁରୋ : ଆଉ ଶୁଭିବନି ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱର । ଚିକିତ୍ସାଧିନ ଅବସ୍ଥାରେ ସବୁଦିନ ପାଇଁ ନୀରବି ଯାଇଛନ୍ତି କୋଟି କୋଟି ଓଡିଆଙ୍କ ଏହି ପ୍ରିୟ କଣ୍ଠଶିଳ୍ପୀ  । ଗତକାଲି ରାତି ୧୧ଟାରେ ଦୃଦଘାତରେ ମାତ୍ର ୩୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ତପୁ ମିଶ୍ରଙ୍କ ଅବର୍ତମାନରେ ଓଡିଆ ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି ହୋଇଛି । କରୋନାରୁ ସୁସ୍ଥ ହେବା ପରେ ତପୁମିଶ୍ରଙ୍କ ଫୁସଫୁସ ଗମ୍ଭୀର ଭାବେ ସଂକ୍ରମିତ ହୋଇଥିଲା ଏବଂ ଲଗାତାର ଅକ୍ସିଜେନ ଲେବୁଲ କମି କମି ଯାଉଥିଲା । ଏକ ଘରୋଇ ହସ୍ପିଟାଲରେ ଶହେ ପ୍ରତିଶତ ଭେଂଟିଲେଟର ସପୋର୍ଟରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା । ଡାକ୍ତରଙ୍କ ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ ତାଙ୍କୁ ବଂଚାଇ ପାରି ପୂର୍ବରୁ ତପୁମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନାନ୍ତର କରି ଇକମୋ ଚିକିତ୍ସା ଦେବା ସମ୍ଭବ ନୁହେଁ ବୋଲି କହିଥିଲେ ଡାକ୍ତର । ତାଙ୍କର ଅକ୍ସିଜେନ ଲେବଲ ବହୁତ କମି ଆସିଥିଲା । ତେଣୁ ଶହେ ପ୍ରତିଶତ ଭେଂଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଥିଲା ।

ତପୁମିଶ୍ର ପ୍ରାୟ ଦୁଇ ଦଶନ୍ଧି ଧରି ଓଡିଆ ଚଳଚିତ୍ର ଓ ଆଲବମ୍ ଜଗତର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଥିଲେ । ଅନେକ ଗୁଡିଏ ଓଡିଆ ସିନେମା ସହ ଆଲବମ, ଭଜନ ଏବଂ ସମ୍ବଲପୁରୀ ଭାଷାରେ ଏକାଧିକ ଗୀତ ଗାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ  । ସେ ଗୁରୁତର ହୋଇପଡିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଶନିବାର ତପୁ ମିଶ୍ର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତପୁ ମିଶ୍ରଙ୍କ ଦେହାନ୍ତରେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଆଜି ଭୁବନେଶ୍ୱର ସତ୍ୟନଗର ଶ୍ମଶାସନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।