ଦେହକୁ ହିତ ଜହ୍ନୀ । ବିଭିନ୍ନ ରୋଗରୁ ଦେବ ମୁକ୍ତି
ସବୁଜ ପନିପରିବା ଦେହକୁ ରଖେ ତାଜା । କିନ୍ତୁ ଅନେକ ଲୋକ କେତେଗୁଡିଏ ପନିପରିବାକୁ ବାରଣ କରିଥାଆନ୍ତି । ଆଉ ସବୁବେଳେ ଡାକ୍ତରମାନେ ବି ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଏହି ସବୁଜ ପନିପପରିବା ଔଷଧ ଠାରୁ ବି ଅଧିକ କାମ କରିଥାଏ । ସେହିଭଳି ଏକ ଉପକାରୀ ସବୁଜ ପରିବା ହେଉଛି ଜହ୍ନୀ । ଯାହା ଶରୀର ପାଇଁ ଖୁବ ଉପକାରୀ । ଭିଟାମିନ ଓ ମିନେରାଲରେ ଭରପୂର ଜହ୍ନୀ । ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା ।
Kanak News is now on WhatsApp
Join and get latest news updates delivered to you via WhatsApp
– କ୍ୟାରୋଟିନ ନାମକ ଏକ ପଦାର୍ଥ ଜହ୍ନିରେ ଥାଏ ଯାହା ଆଖିର ନର୍ଭକୁ ଶକ୍ତ କରିବା ସହ ଦୃଷ୍ଟିଶକ୍ତି ବଢାଇଥାଏ ।
– ଚର୍ମର ବିଭିନ୍ନ ପ୍ରକାର ସଂକ୍ରମଣ ରୋଗରୁ ମୁକ୍ତି ଦିଏ ଜହ୍ନୀ ।
-ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ପରିବା । ଫଳରେ ଦେହକୁ ସଂକ୍ରମଣ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
-ରକ୍ତକୁ ପରିଷ୍କାର ରଖିବାରେ ସହାୟତା କରିଥାଏ ଜହ୍ନୀ । ତା ସହ ଅର୍ସ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରିଥାଏ ।
– ମୋଟାପଣ କମାଇବାରେ ସାହାଯ୍ୟ କରିଥାଏ ଜହ୍ନି ।
-ଗାଇ କ୍ଷୀରରେ ଓ ଜହ୍ନିକୁ ଗ୍ରାଇଣ୍ଡିଂ କରି ନିୟମିତ ପିଇଲେ ପେଟରୁ ଷ୍ଟୋନ ଦୂରେଇ ଯାଇଥିଲେ ।