ଦେଶର ସବୁଠୁ ଧନୀ ମନ୍ଦିର । ଧନ ପରିମାଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

296

କନକ ବ୍ୟୁରୋ: ଭାରତରେ ଏପରି କିଛି ମନ୍ଦିର ରହିଛିି ଯେଉଁଠି ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ମନ୍ଦିର ଗୁଡିକୁ ବାର୍ଷିକ ଶହଶହ କୋଟିର ଦାନ ମିଳିଥାଏ । ଏହି ଅର୍ଥକୁ ବ୍ୟାଙ୍କରେ ଜମା କରାଯାଏ କିମ୍ବା ମନ୍ଦିର ଟ୍ରଷ୍ଟରେ ରଖାଯାଏ ।

ଭାରତୀୟ ସଭ୍ୟତା ଧର୍ମ ଓ ପୁରାଣର ସଭ୍ୟତା । ମୂର୍ତ୍ତି ପୂଜାକୁ ଭାରତୀୟ ସଂସ୍କୃ୍ୃତିରେ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ସେଥିପାଇଁ ଯଦି ଭାରତରେ ମନ୍ଦିର କଥା କୁହାଯାଏ ତେବେ ଦେଶରେ ପାଖାପାଖି ୨୦ ଲକ୍ଷରୁ ଅଧିକ ମନ୍ଦିର ରହିଛି । ଏମିତି କିଛି ମନ୍ଦିର ମଧ୍ୟ ରହିଛି ଯାହାର ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି ।

କିଛି ମନ୍ଦିର ନିଜର ଗଠନ ଶୈଳୀକୁ ନେଇ ପ୍ରସିଦ୍ଧ ହୋଇଥିବାବେଳେ ଆଉ କିଛି ମନ୍ଦିର ସେଠାରେ ପୂଜା ପାଉଥିବା ପ୍ରତୀମାକୁ ନେଇ ପ୍ରସିଦ୍ଧ । ଆଉ କିଛି ମନ୍ଦିର ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ପ୍ରସିଦ୍ଧ । କିଛି ମନ୍ଦିର ପ୍ରସାଦକୁ ନେଇ ପ୍ରସିଦ୍ଧ ହୋଇଥିବାବେଳେ ଆଉ କିଛି ମନ୍ଦିର ଦାନ ପରିମାଣକୁ ନେଇ ପ୍ରଖ୍ୟାତ । ନିକଟରେ ଏକ ମନ୍ଦିରକୁ ଜାନୁଆରୀ ୨୦୨୧ରୁ ୨୦୨୧ ଡିସେମ୍ବର ମଧ୍ୟରେ ୮୩୩ କୋଟି ଦାନ ମିଳିଥିବା ଜଣାପଡିଛି । ଏହି ଧନୀ ମନ୍ଦିର ଶ୍ରେଣୀରେ କେଉ ଁକେଉଁ ମନ୍ଦିର ସବୁ ଅଛନ୍ତି ଆସନ୍ତୁ ଜାଣିବା ।

ତିରୁପତି ଭେଙ୍କଟେଶ୍ୱର ମନ୍ଦିର, ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ଚିତ୍ତୁର ଜିଲ୍ଲା ସ୍ଥିତ ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଭାରତର ସବୁଠୁ ଧନୀ ମନ୍ଦିର । ତିରୁମାଲା ତିରୁପତି ଦେବସ୍ଥାନମଙ୍କ ପାଖରେ ୯,୦୦୦ କେଜିର ସୁନା ରହିଛି । ଏଥିରୁ ୭୨୩୫ କେଜି ସୁନା ଦେଶର ଦୁଇଟି ବ୍ୟାଙ୍କରେ ଓ ୧୯୩୪ କେଜି ସୁନା ମନ୍ଦିର ଟ୍ରଷ୍ଟରେ ରହିଛି । ପ୍ରତିବର୍ଷ ମନ୍ଦିରକୁ ୧୦୦୦ରୁ ୧୨୦୦ କୋଟିର ଦାନ ମିଳୁଛି ।
ପଦ୍ମନାଭ ସ୍ୱାମୀ ମନ୍ଦିର, ତ୍ରିବେନ୍ଦ୍ରମ୍: ପଦ୍ମନାଭ ସ୍ୱାମୀମନ୍ଦିର କେରଳର ତିରୁବନନ୍ତପୁରମରେ ରହିଛି । ଏହି ମନ୍ଦିରର ସମ୍ପତ୍ତି ଅପରିଜ୍ୟାପ୍ତ । ଏଥିରେ ସୁନା,ରୂପା , ହୀରା ଓ ମୂଲ୍ୟବାନ ରତ୍ନ ରହିଛି । ଇଣ୍ଡିଆ ଟୁ ଡେର ରିପୋର୍ଟ ମୁତାବକ, ଏହା ଦେଶର ସବୁଠୁ ଧନୀ ମନ୍ଦିର । ଏହି ମନ୍ଦିର ପାଖରେ ରହିଛି ୧,୪୮,୬୮୧ କୋଟିରୁ ଅଧିକ ସମ୍ପତ୍ତି ।

ଶିରିଡି ସାଇ ବାବାଙ୍କ ମନ୍ଦିର: ମହାରାଷ୍ଟ୍ରର ଶିରିଡି ସ୍ଥିତ ସାଇଁ ବାବାଙ୍କ ମନ୍ଦିର ଦେଶର ତୃତୀୟ ଧନୀକ ମନ୍ଦିର । ରିପୋର୍ଟ ମୁତାବକ, ମନ୍ଦିରର ବ୍ୟାଙ୍କ ଖାତାରେ ପାଖାପାଖି ୩୨ କୋଟିରୁ ଅଧିକ ମୂଲ୍ୟର ସୁନା ରହିଛି । ୪୪୨୮ କେଜି ଚାନ୍ଦି ଓ ପାଖାପାଖି ୧୮୦୦ କୋଟି ଟଙ୍କା ରହିଛି । ବାବାଙ୍କ ମନ୍ଦିରକୁ ପ୍ରତି ବର୍ଷ ସାଢେ ୩ ଶହ କୋଟିରୁ ଉଦ୍ଧ୍ୱର୍ ଦାନ ମିଳିଥାଏ ।

ବୈଷ୍ଣୋଦେବୀ ମନ୍ଦିର: ବୈଷ୍ଣୋଦେବୀ ମନ୍ଦିରକୁ ଅସଂଖ୍ୟ ଶ୍ରଦ୍ଧାଳୁ ଆସନ୍ତି । ଇଣ୍ଡିଆ ଟୁ ଡେର ରିପୋର୍ଟ ମୁତାବକ, ପ୍ରତିବର୍ଷ ମା’ଙ୍କ ମନ୍ଦିରକୁ ୫୦୦ କୋଟିରୁ ଅଧିକ ଟଙ୍କା ।ନ ଭାବେ ମିଳିଥାଏ ।

ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ: ଏହି ମନ୍ଦିର ଦେଶର ଅନ୍ୟତମ ପ୍ରସିଦ୍ଧ ମନ୍ଦିର । ମନ୍ଦିରର ବାର୍ଷିକ ଆୟ ପାଖାପାଖି ୫୦ କୋଟିରୁ ୧୨୫ କୋଟି ମଧ୍ୟରେ । ଏହି ମନ୍ଦିରର ଆଭ୍ୟନ୍ତରିଣ ଭାଗକୁ ସୁନାରେ ଛାଉଁଣି କରାଯାଇଛି । ଏହାକୁ କୋଲକାତାର ଜଣେ ବ୍ୟବସାୟୀ ଦାନ କରିଥିଲେ ।