ବହୁଚର୍ଚ୍ଚିତ ରେୱାଡି ଗଣଦୁଷ୍କର୍ମ ମାମଲାର ୪ର୍ଥ ଅଭିଯୁକ୍ତ ଓଡିଶାରୁ ଗିରଫ । ଗୋପାଳପୁରରେ ଲୁଚିଥିବା ନବୀନକୁ ଗିରଫ କଲା ହରିୟାଣା ଓ ଓଡିଶା ପୋଲିସ

44

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରେୱାଡି ଗଣଦୁଷ୍କର୍ମ ମାମଲାର ଚତୁର୍ଥ ଅଭିଯୁକ୍ତକୁ ହରିୟାଣା ପୋଲିସ ଓଡିଶାରୁ ଗିରଫ କରିଛି । ଗୋପାଳପୁର ଆର୍ମି ଟ୍ରେନିଂ ସେଂଟରରେ ଅଭିଯୁକ୍ତ ଲୁଚି ରହିଥିବା ଖବର ପାଇ ହରିୟାଣା ପୋଲିସ ଚଢଉ କରିଥିଲା । ଅଭିଯୁକ୍ତ ଜଣକ ହେଉଛି ନବୀନ ଓରଫ ନିକୁ । ପୋଲିସ ଜାଣିବାକୁ ପାଇଥିଲା ଯେ ଚତୁର୍ଥ ଅଭିଯୁକ୍ତ ଗୋପାଳପୁର ଆର୍ମି ଟ୍ରେନିଂ ସେଂଟରରେ ଲୁଚି ରହିଛନ୍ତି । ଏ ସମ୍ପର୍କରେ ଜାଣିବା ପରେ ପୋଲିସ ସେଠାରେ ଚଢଉ କରି ତାକୁ ଗିରଫ କରିଛି ।

source : Times of India

ପୂର୍ବରୁ ପୋଲିସ ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ସେପ୍ଟେମ୍ବର ୧୨ ତାରିଖରେ ଜଣେ ୧୯ ବର୍ଷିୟ ଯୁବତୀଙ୍କୁ ରେୱାଡ଼ିର ନୂଆଗାଁରେ ଗଣଦୁଷ୍ମର୍ମ ହୋଇଥିଲା । ନିଶୁ, ପଙ୍କଜ ଏବଂ ମନିଷ ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଥିଲା । କୋଚିଂ କ୍ଲାସକୁ ଯାଉଥିବା ସମୟରେ ଯୁବତୀ ଜଣଙ୍କୁ ମହେନ୍ଦ୍ରଗଡର କନିନା ବସଷ୍ଟାଣ୍ଡରୁ ପ୍ରଥମେ ଅପହରଣ କରାଯାଇଥିଲା ।

ନିଶା ଦେଇ ଯୁବତୀଙ୍କୁ ରେୱାଡ଼ି ନୂଆଗାଁରେ ଏକ ଘରକୁ ନିଆଯାଇଥିଲା । ସେଠାରେ ଗଣଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ କାରରେ ଅଣାଯାଇ ଅପହରଣ କରାଯାଇଥିବା ସ୍ଥାନ ଅର୍ଥାତ ସେହି ବସଷ୍ଟାଣ୍ଡରେ ଛଡାଯାଇଥିଲା ।