ନିରବୀ ଗଲା ପ୍ରଖ୍ୟାତ ସାରସ୍ୱତ ସାଧକଙ୍କ କଲମ ମୁନ । ପରପାରିରେ ବିପ୍ଲବୀ କବି ରବି ସିଂ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ ।

183

କନକ ବ୍ୟୁରୋ : ପରଲୋକରେ ବିପ୍ଳବୀ କବି ରବି ସିଂ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କଟକ ସତୀ ଚଉରାଠାରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ଆଖି ବୁଜିଥିଲେ ବିଶିଷ୍ଟ କବି ଓ ସ୍ୱାଧୀନତା ସଂଗ୍ରାମୀ ରବି ସିଂ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସବୁଦିନ ପାଇଁ ନରମିଗଲା ଜଣେ ବିପ୍ଲବୀ କବିର ବୈପ୍ଲବିକ ଚିନ୍ତାଧାରା । ଆଉ ନାହାନ୍ତି ବିପ୍ଲବି କବି ରବି ସିଂହ । କେବଳ ସବୁରି ମୁହଁରେ ଅଛି ରବି ସିଂହଙ୍କ କବିତା । ଓଡିଆ ସାହିତ୍ୟ ଜଗତର ବିରାଟ କ୍ଷତି । ଯେତେବେଳେ ଓଡିଆ ଭାଷା ସାହିତ୍ୟର ପୂଜାରୀ ପର କରି ଚାଲିଯାଇଛନ୍ତି ।

ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ଆଖି ବୁଜିଥିଲେ ରବି ସିଂ । ଏହାପରେ ତାଙ୍କ ମରଶରୀରକୁ କଟକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପାର୍ଥିବ ଶରୀରକୁ ସତୀ ଚଉରାକୁ ନିଆଯାଇଥିଲା । ସେଠାରେ ତୋପ ସଲାମୀ ଦେବା ପରେ ଜଳିଥିଲା ପାର୍ଥିବ ଶରୀର ।

୧୯୬୧ରେ ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୭ରେ ଅତିବଡି ସମ୍ମାନରେ ସମ୍ମାନୀତ ହୋଇଥିଲେ ରବି ସିଂ । ପଥ ପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ ଓ ଅନ୍ୟ କବିତା, ଭ୍ରୁକୁଟି, ବିଦିନ୍ନ, ପାଦଟିକା ପରି କବିତା ପୁସ୍ତକ ବେଶ୍ ଲୋକପ୍ରିୟ ।

ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଲେଖିଛନ୍ତି, ଓଡିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ରାଜ୍ୟସ୍ତରୀୟ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.