ବିଧାନସଭାରେ ମନ୍ତ୍ରୀଙ୍କ ମରୁଡ଼ି ଉତ୍ତର: ୨୫ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ଜମିକୁ ହୋଇପାରୁନି ଜଳସେଚନ

91

କନକ ବ୍ୟୁରୋ: ରାଜ୍ୟର ୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ହୋଇଛି ବର୍ଷା । ଏହି ଜିଲ୍ଲାଗୁଡ଼ିକରେ କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ ଏବଂ କଳାହାଣ୍ଡି ରହିଛି ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେହିପରି -୧୯% ରୁ +୧୯ ମଧ୍ୟରେ ଥିବା ୨୫ ଗୋଟି ଜିଲ୍ଲାରେ ବୃଷ୍ଟିପାତ କମ୍ ରହିଛି । ହେଲେ ବ୍ଲକ ସମୀକ୍ଷାରୁ ଜଣାଯାଏ ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୭୯ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୨୩୫ ବ୍ଲକରେ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ହୋଇଛି । ଆଉ ୨୧ ଗୋଟି ବ୍ଲକରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ ଶତକଡ଼ା ୫୯ ଭାରୁ କମ୍ ବର୍ଷା ହୋଇଛି ବୋଲି ବିବୃତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେପଟେ ଚିନ୍ତାଜନକ ବିଷୟ କି, ଜଳସମ୍ପଦ ବିଭାଗ ଠାରୁ ମିଳିଥିବା ତଥ୍ୟ ମୁତାବକ, ବର୍ଷାର ପରିମାଣ କମ୍ ରହିଥିବାରୁ ରାଜ୍ୟର ଅନେକ ନଦୀ, ନାଳ ଏବଂ ମଧ୍ୟମ କ୍ଷୁଦ୍ର ଜଳଭଣ୍ଡାରରେ ଆଶନୁରୂପ ଜଳପ୍ରବାହ ହେଉନାହିଁ । ତେଣୁ ଜଳଭଣ୍ଡାର ଗୁଡ଼ିକରେ ଜଳସେଚନ ଯୋଗାଇ ଦେବାପାଇଁ ଜଳ ଉପଲବ୍ଧ ନାହିଁ । ଏହାବାଦ୍ ୨ହଜାର ୬୯୯ଟି କ୍ଷୁଦ୍ର ଜଳ ଭଣ୍ଡାର ପ୍ରକଳ୍ପ ମଧ୍ୟରୁ ୨ ହଜାର ୧୬୦ଟି ପ୍ରକଳ୍ପରେ ଡେଡ୍ ଷ୍ଟୋରେଜ ତଳେ ଜଳ ପ୍ରବାହ କରୁଛି । ତେଣୁ ଅନେକ ସ୍ଥାନରେ ଜଳସେଚନ ହୋଇପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଜଳର ସୁପରିଚାଳନା କରି ସଷମ ବଣ୍ଟନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ଗରିଛନ୍ତି ।

droughtଅନ୍ୟପଟେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ପ୍ରତିଦିନ ବୃଷ୍ଟିପାତର ସମୀକ୍ଷାେ କରାଯାଉଛି । ଏପିସିଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ତେଣୁ କୃଷି ଓ କୃଷଙ୍କ ସଶକ୍ତିକରଣ ବିଭାଗ ଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଚଳିତ ଖରିଫ୍ ଋତୁରେ ୨୫ ଲକ୍ଷ ୮୦ ହଜାର ୫୭୯ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଫସଲ ହୋଇଛି । ଯାହାକି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ୪୧% ଭାଗ ଅଟେ । ଆଉ ଫସଲର ବୁଣା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି । ତଳିଘେରା ପ୍ରସ୍ତୁତ ହୋଇ ତଳି ପଡ଼ିଛି । ପାଣିଥିବା ସ୍ଥାନରେ ଠାଏ ଠାଏ ରୁଆ ଚଲିଛି । ଆଉ ଫସଲକୁ ସୁରକ୍ଷା ଦେବାପାଇଁ ବିଭିନ୍ନ କୃଷି ପରାମର୍ଶ ଦୈନିକ ଖବରକାଗଜ ରେଡ଼ିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଚାଷୀଙ୍କ ପାଇଁ ପ୍ରାସରଣ କରାଯାଉଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି ।