ଟଙ୍କା ପାଇଁ ମାନବିକତା ଭୁଲିଗଲେ ରାଜସ୍ୱ ନିରୀକ୍ଷକ। ଛୁଆର ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଇ ଧରାପଡିଲେ ଆର.ଆଇ।

604

କନକ ବ୍ୟୁରୋ: ମାନବିକତା ହରାଇଲେ ରାଜସ୍ୱ ନୀରିକ୍ଷକ । ସାଢେ ତିନି ବର୍ଷ ଶିଶୁର ମୃତ୍ୟୁ ପ୍ରମାଣପତ୍ର ଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ବାଲେଶ୍ୱର ସଦର ବ୍ଲକ ବଇଁଚା ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଡଲି ସେଠି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଭିଯୋଗ ଅନୁସାରେ ଗତ ଏପ୍ରିଲ ୧୨ତାରିଖରେ ନିଶ୍ଚିନ୍ତ ଗାଁର ଦୀନବନ୍ଧୁ ବେହେରାଙ୍କ ସାଢେ ୩ ବର୍ଷ ପୁଅ ପୋଖରୀରେ ବୁଡି ପ୍ରାଣ ହରାଇଥିଲେ । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଥିଲା ।

ଏନେଇ ବଇଁଚା ରାଜସ୍ୱନୀରିକ୍ଷକଙ୍କ କାର୍ଯ୍ୟାଳୟରେ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ ମୃତ ଶିଶୁର ବାପା ଦୀନବନ୍ଧୁ । ହେଲେ ଆରଆଇ ଡଲି ସେଠୀ ଅନୁକମ୍ପା ମୂଳକ ରାଶିର ୫ ପ୍ରତିଶତ ଅର୍ଥାତ୍୫୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ମୁଲଚାଲ ହୋଇ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ୩୦ ହଜାର ଟଙ୍କାରେ ତୁଟିଥିଲା । ଅଗ୍ରୀମ ୧୦ ହଜାର ଟଙ୍କା ଆରଆଇ ଡଲି ସେଠି ମାଗିବାରୁ ଭିଜିଲାନ୍ସକୁ ଜଣାଇଥିଲେ ଦୀନବନ୍ଧୁ । ଏହାପରେ ପୂର୍ବଯୋଜନା ମୁତାବକ ଲାଞ୍ଚ ଦେବା ସମୟରେ ଆରଆଇ ଡଲି ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।