କନକ ବ୍ୟୁରୋ : ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥଗ୍ରହଣ କରିଛନ୍ତି ରେବନ୍ତ । ଶପଥଗ୍ରହଣ ଉତ୍ସବରେ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଡି.କେ ଶିବକୁମାର ସାମିଲ ହୋଇଛନ୍ତି ।ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନ ପରେ ପ୍ରଥମଥର ପାଇଁ ସରକାରକୁ ଆସିଛି କଂଗ୍ରେସ । ଏହାପୂର୍ବରୁ ବିଆରଏସ ତେଲେଙ୍ଗାନାରେ ସରକାର ଗଢିଥିଲା । କିନ୍ତୁ ଚଳିତ ନିର୍ବାଚନରେ ରେବନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ସରକାର ଗଢିଛି କଂଗ୍ରେସ ଦଳ ।
#WATCH | Congress MP Rahul Gandhi and party's general secretary Priyanka Gandhi Vadra arrive at Hyderabad's LB stadium for the swearing-in ceremony of Telangana CM-designate Revanth Reddy. pic.twitter.com/jLNpMGfpa8
— ANI (@ANI) December 7, 2023
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରେବନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଚଳିତ ନିର୍ବାଚନରେ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।
#WATCH | Telangana CM-designate Revanth Reddy arrives with Congress Parliamentary Party Chairperson Sonia Gandhi, at Hyderabad's LB stadium for his oath-taking ceremony. pic.twitter.com/WbAmGAGO4d
— ANI (@ANI) December 7, 2023
ଏହି ଶପଥ ସମାରୋହ ଉତ୍ସବରେ ବିରୋଧୀ ଇଣ୍ଡିଆ ମେଂଟର ସହଯୋଗୀ ଦଳର ନେତା ସାମିଲ ହେବେ ବୋଲି ଜଣାପଡିଛି । ଟିଏମସିର ରାଜ୍ୟସଭା ସାଂସଦ ଡାରେକ ଓବ୍ରାଏନ ରେବନ୍ତ ରେଡ୍ଡୀଙ୍କ ଶପଥ ସମାରୋହରେ ଯୋଗ ଦେଇଛନ୍ତି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଇଣ୍ଡିଆ ମେଂଟର ବୈଠକ ବସିଥିଲା । ହେଲେ ବୈଠକରେ ଯୋଗ ଦେଇନଥିଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଓ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ । ଜ୍ୱରରେ ପୀଡିତ ଥିବାରୁ ବୈଠକକୁ ଆସିପାରିନଥିଲେ ବୋଲି କହିଥିଲେ । ସେହିପରି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ । ସେ ବୈଠକ ବାବଦରେ ଅବଗତ ନଥିବାରୁ ଯୋଗ ଦେଇନଥିବା ଟିଏମସି ପକ୍ଷରୁ କୁହାଯାଇଥିଲା । ହେଲେ ଆଜିର ଶପଥ ସମାରୋହରେ ଯୋଗ ଦେବାକୁ ତାଙ୍କୁ ରାହୁଲ ଗାନ୍ଧୀ ଆମନ୍ତ୍ରଣ କରିଥିଲେ । ହେଲେ ସେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଦଳର ଅନ୍ୟ ନେତା ଡାରେକ ଓବ୍ରାଏନ ବୈଠକରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ସେହିପରି ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଏସପି ଓ କଂଗ୍ରେସ ମଧ୍ୟରେ ବିବାଦ ରହିଛି । ତେଣୁ ଅଖିଳେଶ ମଧ୍ୟ ଆଜିର ଶପଥ ସମାରୋହକୁ ଆସିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/32-5.jpg)