ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି । ୮ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ପୀତି

111

କନକ ବ୍ୟୁରୋ : ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ପୀତି । ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ଫଳରେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହି ସ୍ତର ଏବେ ୭.୭୯ ପ୍ରତିଶତରେ ପହଞ୍ଚିଛି । ୨୦୧୪ ମେ ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ୮.୩୩ ପ୍ରତିଶତ ରହିଥିଲା । ଚଳିତବର୍ଷ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ପୀତି ୬.୯୫ ପ୍ରତିଶତ ଓ ଗତବର୍ଷ ଏପ୍ରିଲରେ ୪.୨୩ ପ୍ରତିଶତ ରହିଥିଲା ।

୨୦୨୨ ଜାନୁଆରୀ ମାସରୁ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୬ ପ୍ରତିଶତ ଉପରେ ରହିଛି । ମୁଦ୍ରାସ୍ପୀତିକୁ ୪ ପ୍ରତିଶତ ସ୍ତରରେ ରଖିବା ପାଇଁ ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି । ତେବେ ଏଥିରେ ୨ ପ୍ରତିଶତ ହ୍ରାସ-ବୃଦ୍ଧିକୁ ଅନୁମତି ଦିଆଯାଇଛି । ତେବେ ଚଳିତ ବର୍ଷ ଜାନୁଆରୀ ଦେଶର ଖୁଚୁରା ମୁଦ୍ରାସ୍ପୀତି ହାର ୬ ପ୍ରତିଶତରୁ ଅଧିକ ରହି ଆସୁଛି । ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ବୃଦ୍ଧି ପାଇଛି । ଫଳରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଖାଦ୍ୟ ଓ ଅନ୍ୟାନ ପରିବହନ ଖର୍ଚ୍ଚ ବି ବୃଦ୍ଧି ପାଇଛି । ଫଳରେ ବଜାର ଦର ବଢିଛି । ଖାଇବା ତେଲ ଦର ବୃଦ୍ଧି ପାଇଛି ।