ଚିନ୍ତା ବଢାଇଲା ଦରଦାମ ବୃଦ୍ଧି : ୫ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମହଙ୍ଗା ଦର

ଚିନ୍ତା ବଢାଇଲା ଦରଦାମ ବୃଦ୍ଧି : ୫ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମହଙ୍ଗା ଦର

କନକ ବ୍ୟୁରୋ : କମିବ ଭାରତର ଅଭିବୃଦ୍ଧି ହାର । ଆଇଏମ୍ଏଫ୍ ବା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଭାରତର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି । ଆଇଏମ୍ଏଫ୍ର ଆକଳନ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧିକୁ ନେଇ ଯେଉଁ ପୂର୍ବ ଆକଳନ କରାଯାଇଥିଲା ସେଥିରୁ ୬୦ ବେସିସ୍ ପଏଣ୍ଟ ହ୍ରାସ ପାଇବ । ପୂର୍ବରୁ ବିଶ୍ୱବ୍ୟାଙ୍କ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଅଭିବୃଦ୍ଧି ହାରକୁ ହ୍ରାସ କରିଛନ୍ତି ।

ଆଇଏମ୍ଏଫର ଆକଳନ
କମିବ ଭାରତର ଅଭିବୃଦ୍ଧି

- ଭାରତର ଅଭିବୃଦ୍ଧି ଆକଳନକୁ ପୁଣି ଥରେ ହ୍ରାସ କରିଛି ଆଇଏମ୍ଏଫ୍
- ୨୦୨୨ରେ ଭାରତର ଅଭିବୃଦ୍ଧି ୬.୮ ପ୍ରତିଶତକୁ ଖସିବା ଆକଳନ
- ଅଭିବୃଦ୍ଧି ୭.୪ ପ୍ରତିଶତ ରହିବା ନେଇ ଜୁଲାଇରେ କରାଯାଇଥିଲା ଆକଳନ
- ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଆକଳନ କରିଥିଲେ
- ଜୁଲାଇ ଆକଳନ ଅନୁସାରେ ଅଭିବୃଦ୍ଧି ୬୦ ବେସିସ୍ ପଏଣ୍ଟ ହ୍ରାସ ପାଇବ
- ଜୁଲାଇରୁ ସେପ୍ଟେମ୍ବରରେ ଆଶାନୁରୂପ ପ୍ରଦର୍ଶନ ହୋଇନାହିଁ
- ଆନ୍ତର୍ଜାତିକ ସ୍ତରରେ ଘଟୁଥିବା ଘଟଣାର ପ୍ରଭାବ ଯୋଗୁ ଖସିବ ଅଭିବୃଦ୍ଧି
- ତୃତୀୟ ଥର ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି ଅନୁମାନ ସଂଶୋଧିତ କରିଛି
- ଆକଳନ ଅନୁସାରେ ୨୦୨୩-୨୪ରେ ଅଭିବୃଦ୍ଧି ୬.୧ ପ୍ରତିଶତକୁ ଖସିଯିବ
- ଅଭିବୃଦ୍ଧି ହାର ୮.୨କୁ ବଢିବ ବୋଲି ଏପ୍ରିଲରେ କରାଯାଇଥିଲା ଆକଳନ

ସାରା ବିଶ୍ୱରେ ପଡ଼ିବ ପ୍ରଭାବ

- ସାରା ବିଶ୍ୱକୁ ଚେତାବନୀ ଦେଇଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି
- ଅଭିବୃଦ୍ଧି ଆହୁରି କମିବା ନେଇ ଆଇଏମ୍ଏଫର ଆକଳନ
- ୨୦୨୨ରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ୩.୨ ପ୍ରତିଶତକୁ ଖସିବ
- ୨୦୨୩ରେ ୨.୭ ପ୍ରତିଶତକୁ ସଙ୍କୁଚିତ ହେବା ନେଇ ଆକଳନ
- ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଅଭିବୃଦ୍ଧିରେ ପ୍ରତିବନ୍ଧକ ଆଶଙ୍କା
- ମୁଦ୍ରସ୍ଫୀତି ଓ ଚୀନର ମାନ୍ଦାବସ୍ଥା ପ୍ରତିବନ୍ଧକର ପ୍ରମୁଖ କାରଣ

ରିଜର୍ଭ ବ୍ୟାଙ୍କ ବି ଖସାଇଛି ଅଭିବୃଦ୍ଧି

- ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଖସାଇଛି ଅର୍ଥନୈତିକ ଅଭିବୃଦ୍ଧି ଅନୁମାନ
- ୨୦୨୨-୨୩ ପାଇଁ ୭.୨ ପ୍ରତିଶତରୁ ୭ ପ୍ରତିଶତକୁ ଖସାଇଛି
- ଏପ୍ରିଲରେ ଅଭିବୃଦ୍ଧି ଅନୁମାନକୁ ୭.୮ ପ୍ରତିଶତରୁ ୭.୨ ପ୍ରତିଶତକୁ ଖସାଇଛି
- ପୂର୍ବରୁ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଅନୁମାନକୁ ଖସାଇଛି
- ଚଳିତ ଆର୍ଥିକ ବର୍ଷ ଭାରତ ୬.୫ ପ୍ରତିଶତ ବିକାଶ ସହ ବଢିବ ବୋଲି କୁହାଯାଇଥିଲା
- ଜୁନରେ ବିଶ୍ୱବ୍ୟାଙ୍କର ଆକଳନ ଥିଲା ୭.୫ ପ୍ରତିଶତ
- ବିଶ୍ୱ ବଜାରରେ ଚାହିଦା ଧୀମା ରହିବା ଦ୍ୱାରା ରପ୍ତାନୀ ସଙ୍କୁଚିତ ହେବ
- ତୃତୀୟ ଥର ଭାରତର ଅଭିବୃଦ୍ଧି ମାନ ଖସାଇଛି ବିଶ୍ୱବ୍ୟାଙ୍କ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe