ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ଅପରାହ୍ନ ୪ଟାରେ ବାହାରିବ ରେଜଲ୍ଟ

439

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ କାଲି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ । ୱେବସାଇଟ www.bseodisha.ac.in ଏବଂ www.bseodisha.nic.in ରେ ଉପଲବ୍ଧ ହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ମୋବାଇଲ ଏସଏମଏସରେ ଦେଖିପାରିବେ । ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ ।