୩ ବର୍ଷର ଶିଶୁକୁ ଅଙ୍ଗନୱାଡି ଆସିବାକୁ ମନା କରିଦେଲେ ଅଙ୍ଗନୱାଡି କର୍ମୀ । ଅଧାରେ ରହିଲା ପାଠ ପଢି ବଡ ମଣିଷ ହେବା ସ୍ୱପ୍ନ, କିନ୍ତୁ କାହିଁକି ?

217

କନକ ବ୍ୟୁରୋ : ବୟସ ମାତ୍ର ତିନି ବର୍ଷ । ଏଡସ ରୋଗରେ ପୀଡିତ ହୋଇଥିବାରୁ ଏବେ ଏହି ଶିଶୁଟିକୁ ଅଙ୍ଗନୱାଡି କେନ୍ଦକୁ ଆସିବାକୁ ମନା କରାଯାଇଛି । ଫଳରେ ପାଠ ପଢି ଭଲ ମଣିଷ ହେବା ପାଇଁ ସ୍ୱପ୍ନ ଦେଖିଥିବା ଏହି ତିନି ବର୍ଷ ଶିଶୁର ମାଙ୍କ ସବୁ ସ୍ୱପ୍ନ ଏବେ ଭାଙ୍ଗିଯାଇଛି । ଏହି ଘଟଣା କେଉଁ ଉପାନ୍ତ ଅଂଚଳନୁହେଁ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଗ୍ରାମରେ ।

ବାଲେଶ୍ୱର ସୋର ଥାନା ଅନନ୍ତପୁର ଗାଁର ୩ ବର୍ଷର ଶିଶୁଟି । ବାପାଙ୍କ ଏଡସ ରୋଗରେ ମୃତ୍ୟୁ ହୋଇଥିବା ବେଳେ ମା ବି ଏଡସ ରୋଗରେ ପୀଡିତ । ଆଉ ଏବେ ଶିଶୁଟି ଏଡସ ରୋଗରେ ପୀଡିତ ଥିବା ଜଣାପଡିବାପରେ ପାଠ ପଢିବାକୁ ଅଙ୍ଗନୱାଡିକୁ ଆସିବାକୁ ମନା କରାଯାଇଛି । ଫଳରେ ଶିଶୁଟିର ମାଙ୍କ ସବୁ ସ୍ୱପ୍ନ ଭାଙ୍ଗିଯାଇଛି । ବାଲେଶ୍ୱରରୁ ଏଡସ ରୋଗର ଔଷଧ ଆଣି ଚିକିତ୍ସା ହେଉଥିବା ବେଳେ ଅଙ୍ଗନୱାଡି କର୍ମୀ ଏବେ ଶିଶୁଟିକୁ ଅଙ୍ଗନୱାଡି କେନ୍ଦ୍ର ଆସିବାକୁ ମନା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ।

ଏଡସ ରୋଗ ସଂକ୍ରମିତ ରୋଗ ନୁହେଁ ବୋଲି ସରକାରୀ ଓ ବେସରକାରୀ ଭାବେ ସଚେତନତା କରାଯାଉଥିଲେ ମଧ୍ୟ ଗାଁରେ ଏଡସ ରାଗୀଙ୍କୁ ବାସନ୍ଦ କରିବା ଦୁଃଖଦାୟକ ଘଟଣା । ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢାଇଲେ ଅନ୍ୟ ପିଲାଙ୍କ ପ୍ରତି ବିପଦ ଥିବା ଆଶଙ୍କା ରଖି ଅଙ୍ଗନୱାଡି କେନ୍ଦ୍ରକୁ ନଆସିବାକୁ ମନା କରାଯାଇଥିବାରୁ ଗତ ୨୫ ଦିନ ହେବ ଘରେ ରହୁଛି ଏହି ଶିଶୁ । ସେପଟେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାସହିତ ପୀଡିତାକୁ ସଂମ୍ପୁର୍ଣ୍ଣ ସରକାରୀ ସାହଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ଳକ ଉନ୍ନୟନ୍ନ ଅଧିକାରୀ ଓ ସୋରୋ ବିଧାୟକ । ଏବେ ଦେଖିବାକୁ ବାକି ରହିଲା ଏଡସ ପିଡିତା ଓ ତାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ କେବେ ନ୍ୟାୟ ମିଳୁଛି ।