କନକ ବ୍ୟୁରୋ : ୟୁକ୍ରେନ୍ ଋଷ ମଧ୍ୟରେ ଯୁଦ୍ଧ ଜାରୀ ରହିଥିବାବେଳେ, ଖେରସନରୁ ସେନା ପ୍ରତ୍ୟାହାର କରିନେଇଛି ଋଷ । ଖେରସନରେ ୟୁକ୍ରେନ ସୈନ୍ୟଙ୍କ ଆଗରେ ହାର ମାନିଛି ଋଷ ସେନା । ତେଣୁ ଏହାକୁ ନେଇ ଋଷରେ ଅସନ୍ତୋଷ ଦେଖାଦେବାରେ ଲାଗିଛି । କେତେକ ଋଷବାସୀ ଖେରସନରେ ଋଷର ହାରକୁ ନେଇ ପୁଟିନଙ୍କୁ ଟାର୍ଗେଟ୍ କରିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରବାଦୀ ଆଲେକଜେଣ୍ଡାର୍ ଯାହାଙ୍କୁ ଦିନେ ରାଷ୍ଟ୍ରପତିଙ୍କ ବ୍ରେନ୍ କୁହାଯାଉଥିଲା । ସେ ଆଜି ଖେରସନରେ ୟୁକ୍ରେନ୍ ସେନାଙ୍କ ହାରକୁ ନେଇ ପୁଟିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । କେବଳ ଆଲେକଜେଣ୍ଡାର ନୁହଁନ୍ତି, ଅନେକ ଲୋକ ଏହାକୁ ନେଇ ପୁଟୁନଙ୍କ ହାର ବୋଲି କହୁଥିବା ବେଳେ ଆଲେକଜେଣ୍ଡାର ପ୍ରଥମ ବ୍ୟକ୍ତି ବୋଲି କୁହାଯାଉଛି । ଆଲେକଜେଣ୍ଡାର କହିଛନ୍ତି, ଖେରସନରୁ ହାର ମାନି ପଳାଇଆସିବା ଦ୍ୱାରା ଋଷର ଗୌରବକୁ ହାନି ହୋଇଛି । ଏହା ସହିତ ପୁଟିନଙ୍କୁ ଶାସନ ଗାଦିରୁ ହଟାଇ ହତ୍ୟା କରାଯାଉ ବୋଲି ମଧ୍ୟ ସ୍ୱର ଉଠିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।