କଟକରୁ ଉଦ୍ଧାର ହେଲା ବିଶାଳ ଅଜଗର ! ଓଜନ ୨୦ କିଲୋ ଥିବା ବେଳେ ଲମ୍ବ ରହିଛି ୧୧ ଫୁଟ୍ ।

129

କନକ ବ୍ୟୁରୋ: କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ୧୧ ଫୁଟ ଏବଂ ଏହାର ଓଜନ ପ୍ରାୟ ୨୦ କିଲୋଗ୍ରାମ ହୋଇଥିବା ଜଣାପଡିଛି । ‘ଅର୍ଗାନାଇଜେସନ ଅଫ ପିପୁଲ ଫର ଆନିମଲ’ର ଜଣେ କର୍ମକର୍ତା ସାପଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡିଦିଆଯାଇଛି ।

ସୂଚନା ଅନୁଯାୟୀ, ସଂନ୍ଧ୍ୟା ସମୟରେ କିଛି ଲୋକ ବିଚରଣ କରୁଥିବା ସମୟରେ ଗାଁ ରାସ୍ତାରେ ଏକ ବିଶାଳ ଅଜଗରକୁ ଦେଖିଥିଲେ । ପରେ ଲୋକମାନେ ସ୍ନେକ ହେଲ୍ପଲାଇନକୁ ଫୋନ କରିଥିଲେ । ସେଠାରେ ସ୍ନେକ ହେଲ୍ପଲାଇନର ସଦସ୍ୟ ସୁବେନ୍ଦୁ ସ୍ୱାଇଁ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନଖରା ରେଞ୍ଜ ଅଫିସରେ ଛାଡିଥିଲେ । ପରେ ବନ ବିଭାଗ କର୍ମକର୍ତାଙ୍କ ସହମତି ଏବଂ ସହଯୋଗରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି । ତେବେ ଉଦ୍ଧାର କରାଯାଇଥିବା ସାପଟିର ଓଜନ ପ୍ରାୟ ୨୦ କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ ୧୧ ଫୁଟ ହୋଇଥିବା ଜଣାପଡିଛି ।

ପୂର୍ବରୁ ଅନେକ ଅଜଗର ସାପ ଘରୁ କିମ୍ବା ଘର ପାଖରୁ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏକ ସହରାଞ୍ଚଳରୁ ଏତେ ବଡ ଅଜଗର ସାପ ଉଦ୍ଧାର କରାଯିବା ଲୋକଙ୍କୁ ଚକ୍କିତ କରିଦେଇଛି । ତେବେ ସାପର ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଜଙ୍ଗଲ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି । ଯଦି ସମୟ ଥାଉ ଥାଉ ଲୋକମାନେ ସତର୍କ ନହୁଅନ୍ତି ତେବେ ଜଙ୍ଗଲ କ୍ଷୟ ହେବା କାରଣରୁ ବନ୍ୟ ଜୀବମାନେ ଜନବସତି ମୁହାଁ ହେବେ । ଯଦି ଏଭଳି ଘଟେ ତେବେ ଉଭୟ ବନ୍ୟ ଜନ୍ତୁ ଏବଂ ମନୁଷ୍ୟ ଅସୁବିଧାର ସମ୍ମୁଖୀନ ହେବେ ।