ତ୍ରିରଙ୍ଗା ସହ ଫଟୋ ଉଠାଇ ଫେସବୁକରେ ଛାଡିବା ଦେଶଭକ୍ତି ନୁହଁ ବରଂ ଏହାର ସମ୍ନାନ କରିବାରେ ରହିଛି ଅସଲି ଦେଶଭକ୍ତି ! ଜାଣନ୍ତୁ ରାଷ୍ଟ୍ରଧ୍ୱଜ ଅସମ୍ନାନର ଦଣ୍ଡ ।

416

୨୬ ଜାନୁଆରୀ କିମ୍ବା ୧୫ ଅଗଷ୍ଟ ଆସିବାବେଳେ ଲୋକମାନେ ଦୋକାନକୁ ଯାଇ ଦୋକାନୀକୁ ୧୦ ଟଙ୍କା ବଢାଇ ଗୋଟିଏ ଚାଇନିଜ୍ ତ୍ରିରଙ୍ଗା ପତାକା କିଣିଆଣନ୍ତି । ଏହାପରେ ଗୋଟିଏ ଫଟୋ ଉଠାଇ ଦେଶଭକ୍ତି ନାଁରେ ଲମ୍ବାଚଉଡା ଲେଖାଲେଖି ଫେସବୁକ୍ ରେ ପୋଷ୍ଟ୍ ସେୟାର୍ କରିଦିଅନ୍ତି । କିନ୍ତୁ ଏହାର କିଛି ସମୟରେ ପତାକାଟି ପଡିଥାଏ କେଉଁ ନାଳରେ । ବାସ୍ ସେତିକି ସମୟ ପାଇଁ ଜାଗୃତ ହୋଇଯାଏ ଦେଶଭକ୍ତି । ଏହି କଥା ଆମେ କହୁନୁ ଆଜ୍ଞା ଉପରୋକ୍ତ ଫଟୋଟି ଦେଖିଲେ ଆପଣ ହିଁ ଅନୁମାନ କରିପାରୁଥିବେ ଏହା ଜାତୀୟ ସମ୍ମାନ ପାଇଁ କେତେ ଲଜ୍ଜାକର ବିଷୟ ।

ଏହି ଫଟୋଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ଲେଖା ହୋଇଛି , ଯଦି ତ୍ରିରଙ୍ଗା ସମ୍ଭାଳିବାର ସାହସ ନାହିଁ ତେବେ ଏହାକୁ କିଣି ନକଲି ଦେଶଭକ୍ତିର ପରିଚୟ ଦିଅନ୍ତୁ ନାହିଁ । ଅନ୍ୟ ଦେଶରେ ଯେଉଁଠି ଜାତୀୟ ପତାକାର ସମ୍ମାନ କରାଯାଉଛି ତାହା ଭାରତରେ ଦେଖାଯାଉନାହିଁ । ତ୍ରିରଙ୍ଗାର ସାଇଜ୍ ୩ : ୨ ଅନୁପାତ ହୋଇଥାଏ । ରାଷ୍ଟ୍ରୀୟ ଗୌରବ ନିବାରଣ ଅଧିନିୟମ ୧୯୭୧ ଅନୁସାରେ ଧାରା ୨ ରେ ରାଷ୍ଟ୍ରୀୟ ଧ୍ୱଜର ଅପମାନରେ ଦଣ୍ଡର ପ୍ରାବଧାନ ରହିଛି । ଭାରତରେ ରାଷ୍ଟ୍ରୀୟ ଧ୍ୱଜକୁ ସର୍ବସ୍ୱ ମନାଯାଏ । ଏଠାରେ ତ୍ରିରଙ୍ଗାକୁ କୌଣସି ବ୍ୟକ୍ତିଙ୍କ ଠାରୁ କମ୍ ମନାଯାଏନାହିଁ । ତେବେ ଏହାର ଅପମାନ କଲେ କ’ଣ ଦଣ୍ଡ ରହିଛି ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଏଭଳି ଉପାୟରେ ପତାକା ଲଗାଯାଏ : ୨୬ ଜାନ୍ରୁଆରୀ ୨୦୦୨ ରେ ଲାଗୁ ହୋଇଥିବା ଭାରତୀୟ ଧ୍ୱଜ ସଂହିତାରେ ପ୍ରାବଧାନ ରହିଛି ଯେ ଯେଉଁଠାରେ ପତାକା ଲଗାଯାଉଛି ସେଠାରେ ଦୂର ପର୍ଯ୍ୟନ୍ତ ପତାକା ଦେଖାଯିବା ଆବଶ୍ୟକ । ପତାକା ଲଗାଇବା ତଥା ବାହାର କରିବା ସମୟରେ ବାଜା ବାଜିବା ଆବଶ୍ୟକ । ଅଧିକାରୀଙ୍କ ଗାଡିରେ ଯଦି ପତାକା ଲାଗୁଛି ତେବେ ତାହା ସାମ୍ନାରେ,ମଝିରେ କିମ୍ବା ଦକ୍ଷିଣ ଦିଗରେ ଲାଗିବା ଉଚିତ୍ ।

ଅପମାନ ପରେ ତିନିବର୍ଷର ଦଣ୍ଡ : ରାଷ୍ଟ୍ରୀୟ ଗୌରବ ନିବାରଣ ଅଧିନିୟମ ୧୯୭୧ ଅନୁସାରେ ଧାରା ୨ ରେ ରାଷ୍ଟ୍ରଧ୍ୱଜର ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ,ଜରିମାନା କିମ୍ବା ଉଭୟ ଲାଗିପାରେ । ଏହି ଦଣ୍ଡ ଭୋଗିବା ବ୍ୟକ୍ତି ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।