ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ରିସୋର୍ଟ ପଲଟିକ୍ସ । ରାଜସ୍ଥାନରେ କଂଗ୍ରେସ ପରେ ବିଧାୟକଙ୍କୁ ହୋଟେଲରେ ନଜରବନ୍ଦୀ କରି ରଖିଛି ବିଜେପି

120

କନକ ବ୍ୟୁରୋ: ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ରିସର୍ଟ ପଲିଟିକ୍ସ । ନେତାଙ୍କୁ ଘାରିଛି ଘୋଡା ବେପାର ଓ କ୍ରସ ଭୋଟିଂ ଭୟ । ଏଥିପାଇଁ କିଏ କେଉଁ ଉପାୟରେ ନିଜ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବ ସେନେଇ ଚାଲିଛି ପ୍ରସ୍ତୁତି । ଯେପରି ବିଧାୟକମାନେ ବାଡ ନ ଡେଇଁବେ ସେଥିପାଇଁ କଡ଼ା ପହରା ଦିଆଯାଉଛି ।

ରାଜ୍ୟସଭା ନିର୍ବାଚନ ପାଇଁ ହାତଗଣତି ଦିନ ବାକି ରହିଛି । ଜୁନ ୧୦ରେ ହେବ ନିର୍ବାଚନ । ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ବିଧାୟକମାନଙ୍କୁ ରିସର୍ଟ ପଠାଇବାକୁ ଆରମ୍ଭ କରି ଦେଇଛନ୍ତି ।  ଏହାପୂର୍ବରୁ କଂଗ୍ରେସ ନିଜ ନିଜର ଦଳର ବିଧାୟକଙ୍କୁ ରିସର୍ଟ ପଠାଇଥିଲା । ଆଉ ଏବେ ବିଜେପି ସମାନ ଫର୍ମୂଲା ଆପଣାଇଛି । ବିଜେପି ନିଜ ବିଧାୟକଙ୍କୁ ଜୟପୁର ବାହାରେ ଏକ ରିର୍ସଟକୁ ସ୍ଥାନାନ୍ତର କରିଦେଇଛି ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ବିଧାୟକଙ୍କୁ ଉଦୟପୁରର ଏକ ପଞ୍ଚତାରକା ହୋେଟେଲରେ ରଖିଥିଲା । ରାଜ୍ୟରେ ଖାଲି ପଡିଥିବା ୪ ରାଜ୍ୟସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୩ଜଣ କଂଗ୍ରେସର ଓ ୨ ଜଣ ବିଜେପି ପ୍ରାର୍ଥୀ ଅଛନ୍ତି । ସୂଚନାଯୋଗ୍ୟ ଯେ, ଜୟପୁର ଜାମଡୋଲିର ଏକ ରିସର୍ଟକୁ ବିଜେପି ନିଜର ୭୧ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣଙ୍କୁ ସ୍ଥାନାନ୍ତର କରିଛି । ଏହି ରହଣୀକୁ ବିଜେପି କହିଛି ପ୍ରଶିକ୍ଷଣ ଶିବିର ବା ଲର୍ଣ୍ଣି କ୍ୟାମ୍ପ ।