ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜାରି। ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ଖୋଜୁଛି ଦୁର୍ଘଟଣାର କାରଣ ।

578

କନକ ବ୍ୟୁରୋ: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରରହିଛିି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଦୁର୍ଘଟଣାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ରେଳ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ଆହତଙ୍କୁ ଉଦ୍ଧାର କରାଯାଇଛି । ସେହିପରି ରେଳ ଲାଇନ୍ ସଫା କରିବାକୁ ପ୍ରୟାସ ହେଉଛି । ତଦନ୍ତକାରୀ ଟିମ୍ ପହଞ୍ଚି ଦୁର୍ଘଟଣାର କାରଣ ଖୋଜୁଛି ।

ଆଜି ସକାଳ ୬ଟା ୪୪ ମିନିଟ୍ ସମୟରେ କୋରେଇରେ ଏହି ଦୁର୍ଘଟଣା ଘଟିଥିଲା । ୫୪ଟି ବଗିରୁ ୮ଟି ବଗି ଲାଇନଚ୍ୟୁତ ହୋଇ ଫ୍ଲାଟଫର୍ମ ଉପରକୁ ମାଡ଼ିଯାଇଥିଲା ମାଲବାହୀ ଟ୍ରେନ । ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବିଡିଓ ସୂଚନା ଦେଇଛନ୍ତି । ୭ଜଣ ଆହତଙ୍କୁ କୋରେଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ୪ ମୃତକଙ୍କ ମଧ୍ୟରୁ ୩ଜଣଙ୍କ ପରିଚୟ ମିଳିଛି । ଷ୍ଟେସନ ଫସ୍ୱଙ୍କ ଓଭରବ୍ରିଜ, ଟିକେଟ କାଉଣ୍ଟର ଉପରେ ଚଢ଼ିଯାଇଛି ମାଲବାହୀ ଟ୍ରେନ । ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ଲୋକଙ୍କ ମୃତ୍ୟୁ ହୋଇଛି । ବଗି ତଳେ ଅନେକ ଲୋକ ଚାପିହୋଇ ରହିଥିବା ସୂଚନା ମିଳିଛି ।