ବିଦେଶରେ ଚାକିରି କରିବାକୁ ଯାଇ ରାକେଟର ଶିକାର ହୋଇଥିବା ଭାରତୀୟ ଉଦ୍ଧାର । ମାଡ ମରା ସହ ମିଳୁଥିଲା ଇଲେକ୍ଟ୍ରିକ ସକ୍ ।

76

କନକ ବ୍ୟୁରୋ: ମିଆଁମାରରେ ଅକଥନୀୟ ନିର୍ଯାତନା ପାଇବା ପରେ ଉଦ୍ଧାର ହେଉଛନ୍ତି ସେଠାରେ ଫଶି ରହିଥିବା ଭାରତୀୟ । ବିଦେଶରେ ଚାକିରି କରିବା ଆଳରେ ବଡ଼ ରାକେଟର ଶିକାର ହୋଇଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଗତମାସରେ ୩୨ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଦିନ ତଳେ ଆଉ ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ।

ସେ କହିିଛନ୍ତି, ଉଦ୍ଧାର ହୋଇଥିବା ୧୩ ଭାରତୀୟ ତାମିଲନାଡୁରେ ପହଞ୍ଚିିସାରିଛନ୍ତି । ଆଉ କିଛି ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ଏବଂ ଏବେ ସେମାନେ ମିଆଁମାର କର୍ତୃପକ୍ଷଙ୍କ କଷ୍ଟଡିରେ ଅଛନ୍ତି ବୋଲି ବାଗଚୀ କହିଛନ୍ତି । ଥାଇଲ୍ୟାଣ୍ଡର ଦକ୍ଷିଣ-ପୂର୍ବ ମ୍ୟାୱଡୀ ଅଞ୍ଚଳରେ ଥିବା ଥାଇଲ୍ୟାଣ୍ଡ ବର୍ଡର ମିଆଁମାର ସରକାରଙ୍କ ନିୟନ୍ତ୍ରଣରେ ନଥିବାରୁ ସେଠାରେ ଫସିଥିବା ଭାରତୀୟଙ୍କୁ ରଖାଯାଇଛି । ଲୋକଙ୍କୁ ଡିଜିଟାଲ ସ୍କାମ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା । ଯାହା ବିଭିନ୍ନ ଆଇଟି କମ୍ପାନୀ ସାହାର୍ଯ୍ୟରେ ଭାରତୀୟ ଶ୍ରମିକମାନଙ୍କୁ ଏହି କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା । ଏହି ଶ୍ରମିକଙ୍କର ପରିଚୟ ଲୁଚାଇ ଏହି ସ୍କାମ ଲଗାଯାଉଥିଲା । ମିଆଁମାର ବ୍ୟତୀତ ଲାଓସ, କାମ୍ବୋଡିଆ, ଭିଏତନାମ ଓ ବ୍ୟାଙ୍କକ୍ ଭଳି ଦେଶଗୁଡ଼ିକରେ ବଡ଼ ସଂଖ୍ୟାରେ ଭାରତୀୟ ଫସିଛନ୍ତି । ସେମାନଙ୍କ ପରିବାର ଲଗାତର ସହାୟତାର ଗୁହାରି କରୁଛନ୍ତି । ଏଭଳି ରାକେଟ୍ ଚଳାଉଥିବା ଗ୍ୟାଙ୍ଗ ଠାରୁ ସତର୍କ ରହିବା ପାଇଁ ଜୁଲାଇ ୫ ତାରିଖରେ ପରାମର୍ଶ ଦିଆଯାଇଥିଲା ।