ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ : ୨୦୧୮ର ଏକ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ

1,041

କନକ ବ୍ୟୁରୋ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି । ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଏହି ଗିରଫଦାରି ହୋଇଛି । ସମ୍ବାଦସରବରାହ ସଂସ୍ଥା ପିଟିଆଇ ଅନୁସାରେ, ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନରଙ୍କୁ କଥିତ ଭାବେ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଆଜି ସକାଳୁ ସକାଳୁ ମୁମ୍ବାଇ ପୁଲିସ ଅର୍ଣ୍ଣବଙ୍କ ଘରେ ପଂହଚି ତାଙ୍କୁ ହେପାଜତକୁ ନେବାକୁ ଉଦ୍ୟମ କରିଥିଲା ।

ଏହା ସହ ମୁମ୍ବାଇ ପୁଲିସ ଦୁର୍ବବ୍ୟହାର କରିଥିବା ଖୋଦ ଅ ର୍ଣ୍ଣବ ଅଭିଯୋଗ କରିଛନ୍ତି । ୨୦୧୮ ମସିହାରେ ମହାରାଷ୍ଟ୍ରର ଆଲିବାଗରେ ୫୩ ବର୍ଷିୟ ଇଂଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା ଆତ୍ମହତ୍ୟା କରିଥିଲେ । ପରେ ଅନଭୟ ନାଏକଙ୍କ ଏକ ସୁଇସାଇଡ ନୋଟ ମିଳିଥିିଲା ।

ଏଥିରେ କୁହାଯାଇଥିଲା, ଅର୍ଣ୍ଣବ ଗୋସ୍ୱାମୀ ଓ ଦୁଇଜଣ ତାଙ୍କୁ ୫ କୋଟିରୁ ଅଧିକ ଟଙ୍କା ମାଗିଥିଲେ । ଏହା ତାଙ୍କୁ ସମସ୍ୟାରେ ପକାଇଥିଲା । ମାମଲାରେ ଆଲିବାଗ ପୁଲିସ ୨୦୧୯ରେ ମାମଲା ରୁଜୁ କରିଥିଲା । କିନ୍ତୁ ଏହି ମାମଲାକୁ ପରେ ବନ୍ଦ କରିଦିଆଯାଇଥିଲା । ତେବେ ଅନଭୟଙ୍କ ଝିଅ ମାମଲା ସମ୍ପର୍କରେ ମହାରାଷ୍ଟ ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।