କର୍ତ୍ତବ୍ୟ ପଥରେ ପ୍ରଥମଥର ପାଇଁ ପରେଡ କରିବ ମିସର ସେନା, ଭାରତୀୟ ସେନା ଦେଖାଇବ ସ୍ୱଦେସୀ ଅସ୍ତ୍ରଶସ୍ତ୍ରର ପରାକ୍ରମ

100

କନକ ବ୍ୟୁରୋ : ଆଜି ସାରାଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆଜି ପ୍ରଥମଥର ପାଇଁ ମିସର ସେନା ପରେଡ କରିବ । ଏହାସହ ଆଜି ମିଶରର ରାଷ୍ଟ୍ରପତି ଓବ୍ଦେଲ ଫତାହ ଅଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେପଟେ ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ କରର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପୁରା ସପ୍ତାହ ଚାଲିିବାକୁ ଥିବା ଏହି ଗଣତନ୍ତ୍ର ଦିବସ ଜାନୁଆରୀ ୨୩ ଅର୍ଥାତ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହୋଇଛି ଓ ଏହା ୩୦ ତାରିଖରେ ସମାପ୍ତ ହେବ   । ଏହାକୁ ବି ସହିଦ ଦିବସ ଭାବେ ପାଳନ କରାଯାଉଛି ।

ଗଣତନ୍ତ୍ର ଦିବସ ପରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇଛି । ଏଥିରେ ଆତ୍ମନିର୍ଭର ଭାରତ, ନାରୀଶକ୍ତି ଓ ସାଂସ୍କୃତିକ ବିବିଧତା ଭଳି ବିଭିନ୍ନ ଝଲକ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କର୍ତ୍ତବ୍ୟପଥକୁ ଫେରିଛନ୍ତି ।

ସେପଟେ ପ୍ରଥମଥର ପାଇଁ ପରେଡରେ ମିସରର ସଶସ୍ତ୍ର ବଳ ସଂଯୁକ୍ତ ବ୍ୟାଣ୍ଡ ଓ ମାଚିିଂ ଦେଖିବାକୁ ମିଳିବ । ଏହାର ନେତୃତ୍ୱ ମିସରର କର୍ନଲ ମହମୁଦ ମୋହମ୍ମଦ ଅବ୍ଦେଲ ଫତାହ ଅଲ ଖାରାସବୀ କରିବେ । ମିସର ସେନାର ଏହି ମାର୍ଚ୍ଚରେ ୧୪୪ ସୈନିକ ସାମିଲ ହେବେ ।