ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ! ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ୟାରେଡ଼ରେ ଭାରତର ଶକ୍ତି ପ୍ରଦର୍ଶନ ଜାରି

153

କନକ ବ୍ୟୁରୋ : ସାରା ଦେଶରେ ଆଜି ୭୦ ତମ ସାଧାରଣତନ୍ତ୍ର ଦିବସର ଧୁମ୍ । ୨୬ ଜାନୁୟାରେୀ ଦେଶର ଜାତୀୟ ପର୍ବ । ଦେଶର ସମସ୍ତ ଧର୍ମ, ଜାତିର ଲୋକ ଏହି ଦିନ ମିଳିତ ଭାବେ ଉତ୍ସବ ମନାନ୍ତି । ୭୦ ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ଏହି ମହାନ ପର୍ବରେ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟରେ ଅମର ଜବାନ ଜ୍ୟୋତିରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେନା ଓ ଅର୍ଦ୍ଧ ସାମରିକ ଦଳ ପକ୍ଷରୁ ସାମୁହିକ ପରେଡ ପ୍ରଦର୍ଶନ କରାଯାଇଛି । ବାୟୁସେନା ଆକାଶ ମାର୍ଗରେ ନିଜର ଦମ୍ ଦେଖାଇଛନ୍ତି । ଶତ୍ରୁକୁ ମାତ ଦେବାପାଇଁ ବ୍ୟବହାର ହେଉଥିବା ଅସ୍ତ୍ରଶସ୍ତ ପ୍ରଦର୍ଶନ କରିଛନ୍ତି ଭାରତୀୟ ବାୟୁସେନା ।

 

ଗୋଟିଏ ପଟେ ଦେଶ ନିଜର ଶକ୍ତି ପ୍ରଦର୍ଶନ କରୁଛି ଅନ୍ୟପାଟେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତ ସଂସ୍କୃୃତିର ଝଲକ ଦେଖିବା ପାଇଁ ମିଳିଛି ।

ପ୍ରଥମ ଥର ପାଇଁ ଇତିହାସ ରଚିବା ସହ ଅସାମ ରାଇଫଳର ମହିଳା କଂଟିଜେଂଟ ରାଜପଥରେ ମାର୍ଚ୍ଚ କରିଛନ୍ତିା

ଶକ୍ତି ମନ୍ତ୍ରାଳୟ ତରଫରୁ ସୌଭାଗ୍ୟ ଯୋଜନାର ଝଲକ ଦେଖିବା ପାଇଁ ମିଳିଛି । ଦେଶର ପ୍ରତି ଗାଁରେ ବିଜୁଳି ପହଞ୍ଚିପାରିଛି ମୋଦି ସରକାରଙ୍କ ତରଫରୁ ରାଜପଥରେ ପ୍ରଦର୍ଶିତ ହୋଇଛି ।