ମଶା ଘଉଡ଼ାଉଛି ମୋବାଇଲ ଆପ୍ଲିକେସନ୍ ! ତୁରନ୍ତ କରନ୍ତୁ ଡାଉନଲୋଡ଼୍

51

ମଶା ଏକ ଏଭଳି ଜୀବ ଯିଏକି ଆପଣଙ୍କ ନିଦ ଉଡାଇ ଦେଇଥାଏ । ଯେଉଁ ସ୍ଥାନରେ ମଶା ଅଛି ଆପଣ ସେଠାରେ ସ୍ଥିର ହୋଇ ବସିବା, ଉଠିବା ଓ ଶୋଇବା ମୁସ୍‌କିଲ ହୋଇ ଯାଇଥାଏ । ଏପରି କ୍ଷେତ୍ରରେ ସବୁବେଳେ ମଶା ଧୂପ ନହେଲେ କଏଲ୍‌ ଲଗାଇବା ଜରୁରୀ ହୋଇଥାଏ । ଯଦି ମଶା ଧୂପ କିମ୍ବା କଏଲ୍‌ ନାହିଁ ତେବେ ଆପଣ ନିଜ ସ୍ମାର୍ଟଫୋନ୍‌ ଜରିଆରେ ମଶା ଦାଉରୁ କିପରି ରକ୍ଷା ପାଇ ପାରିବେ ଆସନ୍ତୁ ଜାଣିବା ।

mobile application
image courtesy-https://www.inc.com

ମଶାକୁ ଘଉଡ଼ାଇବା ପାଇଁ ଆପଣ ସ୍ମାର୍ଟଫୋନ୍‌ରେ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ପଡ଼ିବ। ଏପରି କରିବା ଦ୍ୱାରା ଆପଣ କୌଣସି କଏଲ ବ୍ୟବହାର ନକରି ମଶା ଦାଉରୁ ରକ୍ଷା ପାଇ ପାରିବେ । ଏହି ଆପ୍‌ର ନାମ ‘hertzier’ ରଖାଯାଇଛି । ଯାହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଖୁବ୍‌ ସହଜରେ ଡାଉନ୍‌ଲୋଡ କରାଯାଇ ପାରିବ । ଡାଉନ୍‌ଲୋଡ କରିବା ପରେ ଏହାକୁ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରନ୍ତୁ ।

ଏହି ଆପ୍‌ରୁ ହାଇ ଫ୍ରିକ୍ୱଏନ୍‌ସି ଶବ୍ଦ ବାହାରି ଥାଏ ଯାହା ମଶାଙ୍କୁ ଆଦୌ ପସନ୍ଦ ନୁହେଁ । ମଶାମାନେ ସବୁବେଳେ ଏହି ଶବ୍ଦଠାରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥାଆନ୍ତି । ଏଭଳି ଉପାୟ ଆପଣାଇ ଆପଣ ଏକ ମିନିଟ୍‌ରେ ମଶାଠାରୁ ରକ୍ଷା ପାଇ ପାରିବେ । ଏହି ଆପ୍‌ ପାଇଁ ଆପଣଙ୍କୁ ୬୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଆପ୍‌ରୁ ବାହାରୁ ଥିବା ହାଇ ଫ୍ରିକ୍ୱଏନ୍‌ସି ଶବ୍ଦ ମଣିଷକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏହା କେବଳ ମଶାଙ୍କ ଉପରେ ପ୍ରଭାବ ପକାଇଥାଏ । ‘hertzier’ ଆପ୍‌କୁ ଏଯାବତ୍‌ ୧୦ହଜାରରୁ ଊର୍ଧ୍ୱ ଲୋକ ନିଜ ଫୋନ୍‌ରେ ଡାଉନ୍‌ଲୋଡ କରି ସାରିଲେଣି । ‘hertzier’ ଆପର ସାଇଜ୍‌ ୪.୭ ଏମ୍‌ବି ରହିଛି । ଏଥିପାଇଁ ଫୋନ୍‌ରେ ୨.୩ରୁ ଅଧିକ ଆଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମ ହେବା ଜରୁରୀ ।