ସାବଧାନ! ଜିଓ ୟୁଜର୍ସ କରନ୍ତୁନି ଏଭଳି କାମ , SMS କରି ସତର୍କ କରାଇଲା କମ୍ପାନୀ ।

746

କନକ ବ୍ୟୁରୋ: ଏଣିକି ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ସାବଧାନ ରହିବାକୁ ପଡିବ । କାରଣ ସେମାନଙ୍କ ସହ ସାଇବର ଫ୍ରଡ୍ ହେବାର ସମ୍ଭାବନା ରହିଛି । ଏଥିରୁ ବଞ୍ଚିବା ପାଇଁ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ସତର୍କ କରାଯାଉଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କଷ୍ଟମର୍ସ ଫ୍ରି ମୋବାଇଲ ଡାଟା ପାଇବା ଚକ୍କରରେ ନପଡନ୍ତୁ । ଫ୍ରି ଡାଟା ପାଇବାକୁ ଆସିଥିବା କୌଣସି ଏସଏମଏସ ଉପରେ କ୍ଲିକ୍ ନକରନ୍ତୁ । ଏନେଇ ସତର୍କ କରାଇବାକୁ ଜିଓ ଯେଉଁ ମ୍ୟାସେଜ୍ ପଠାଇଛି ସେଥିରେ ପିନ୍, ପାସୱାର୍ଡ , ଓଟିପି, ଲଗଇନ୍ ଆଇଡି, ଡେବିଡ୍ କାର୍ଡ ଡିଟେଲ୍ସ ଦେବାକୁ ମନା କରାଯାଇଛି ।

କଥା ହେଉଛି ନିକଟରେ ଏପରି ଘଟଣା ବଢି ବଢି ଚାଲିଛି । ତେଣୁ ମଝିରେ ମଝିରେ ମେସେଜ୍ ମାଧ୍ୟମରେ କମ୍ପାନୀ ଗ୍ରାହକଙ୍କୁ ସତର୍କ କରୁଛି । ତେଣୁ କୌଣସି ଫ୍ରି ଡାଟା ସମ୍ପର୍କୀତ ମେସେଜ ଉପରେ କ୍ଲିକ୍ ନକରିବାକୁ ମନାକରାଯାଇଛି ।