ଅନିଲ ଅମ୍ବାନୀଙ୍କ ରିଲିଆନ୍ସ କ୍ୟାପିଟାଲକୁ ଦେବାଳିଆ ଘୋଷଣା ନେଇ ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା, ପ୍ରସ୍ତାବକୁ ଏନସିଏଲଟିର ମଞ୍ଜୁରୀ

168

କନକ ବ୍ୟୁରୋ : ରାଷ୍ଟ୍ରୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି) ସେମାବାର ଦିନ ଅନିଲ ଅମ୍ବାନୀଙ୍କ ରିଲିଆନ୍ସ କ୍ୟାପିଟାଲ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ଯାଚିକାକୁ ସ୍ୱୀକାର କରିଛନ୍ତି । ଏଣୁ ଅନୁମାନ କରାଯାଉଛି କି ଖୁବଶୀଘ୍ର କମ୍ପାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରାଯିବ ।

ଶୁଣାଣି କ୍ରମରେ ପ୍ରଦୀପ ନରହରୀ ଦେଶମୁଖ ଓ କପଲ କୁମାର ବେହରାଙ୍କ ଏନସିଏଲଟିର ମୁମ୍ବାଇ ପୀଠ ନିଷ୍ପତ୍ତି ବା ରାୟ ସୁରକ୍ଷିତ ରଖିଛନ୍ତି । ଏହାପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ସ୍ୱୀକାର ବି କରିଛନ୍ତି । କହିରଖୁ କି କେନ୍ଦ୍ରୀୟ ବ୍ୟାଙ୍କ ପୂର୍ବ ସପ୍ତାହରେ କମ୍ପାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ ଆବେଦନ କରାଯାଇଥିଲା ।

କହିରଖୁ କି ରିଲିଆନ୍ସ କ୍ୟାପିଟାଲ ଉପରେ ଋଣଦାତାଙ୍କ ୧୯,୮୦୫ କୋଟିରୁ ଅଧିକ ଟଙ୍କା ବକେୟା ରହିଛି । ଏହାମଧ୍ୟରୁ ଅଧିକାଂଶ ରାଶି ଟ୍ରଷ୍ଟି ଭିଷ୍ଟାରା ଆଇଟିସିଏଲ ଇଣ୍ଡିଆ ଅଧିନରେ ବଣ୍ଡ ମାଧ୍ୟମରେ ଅଣାଯାଇଥିଲା । କୋଲକତାର ଶ୍ରୀ ଗ୍ରୁପ ଓ ଦିୱାନ ହାଉସିଂ ଫାଇନାନ୍ସ ପରେ ରିଲିଆନ୍ସ ହେଉଛି ତୃତୀୟ ଅଣ ବ୍ୟାଙ୍କିଙ୍ଗ କମ୍ପାନୀ ଯାହା ଦେବାଳିଆ ଘୋଷିତ ହେବାକୁ ଯାଉଛି ।