ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ଖଲାସ ପ୍ରସଙ୍ଗ। ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ କେନ୍ଦ୍ରସରକାର।

120

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ରାଜୀବ ଗାନ୍ଧୀଙ୍କ ସମସ୍ତ ୬ ହତ୍ୟାକାରୀଙ୍କୁ ଜେଲରୁ ଖଲାସ ପ୍ରସଙ୍ଗରେ ବଡ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିଷ୍ପତିରେ ଆପତ୍ତିପ୍ରକାଶ କରି କେନ୍ଦ୍ର ସରକାର ମାମଲାର ପୁନଃ ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ପିଟିସନରେ କେନ୍ଦ୍ର ସରକାର ନିଜର ଯୁକ୍ତି ରଖିଛନ୍ତି ।

ପୁନଃବିଚାର ପାଇଁ କେନ୍ଦ୍ରର ପିଟିସନ
୧-ଦୋଷୀଙ୍କୁ ଖଲାସ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଇନଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ଅଟେ
୨-ସୁପ୍ରିମକୋର୍ଟ ସମସ୍ତ କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣିବା ଉଚିତ
୩-କେନ୍ଦ୍ର ସରକାଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ଅନୁମତି ପ୍ରଦାନ କରାଯାଉ
୪-କୋର୍ଟଙ୍କ ନିଷ୍ପତି ସମାନତାର ଅଧିକାରକୁ ଉଲ୍ଲଂଘନ କରୁଛି
୫-ଦୋଷୀଙ୍କ ମଧ୍ୟରେ ୪ଜଣ ଶ୍ରୀଲଙ୍କାର ନାଗରିକ ଅଟନ୍ତି
୬-ବିଦେଶୀ ଦୋଷୀଙ୍କ ପ୍ରତି ଏଭଳି ଉଦାର ମାନସିକତା ଉଚିତ ନୁହେଁ
୭-ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଭୁଲ ପ୍ରଭାବ ଓ ବାର୍ତା ପହଁଚିବ

ନଭେମ୍ବର ୧୧ରେ ୬ ଜଣଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜେଲରୁ ମୁକୁଳିଥିଲେ ନଳିନୀ, ସନଥାନ, ମୁରୁଗାନ, ଶ୍ରୀହରନ ଓ ଅନ୍ୟ ୨ ଜଣ । କେନ୍ଦ୍ର ସରକାର ଏବେ ଏହି ନିଷ୍ପତିର ପୁନବିର୍ଚାର ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ।

ରାଜୀବଙ୍କ ହତ୍ୟାଣ୍ଡର ଦୋଷୀମାନେ ଜେଲରେ ୨୦ ବର୍ଷରୁ ଅଧିକ ସମୟ କାଟିସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ ନେଇ ଏକାଧିକ କଂଗ୍ରେସ ନେତା ବିରୋଧ କରିଆସୁଛନ୍ତି । ୧୯୯୧ ମସିହା ମେ’ ୨୧ରେ ରାଜୀବ ଗାନ୍ଧୀଙ୍କୁ ଏଲଟିଟିଇର ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇ ହତ୍ୟା କରିଥିଲେ । ଏଥିରେ ରାଜୀବଙ୍କ ସହ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ରାଜୀବ ଗାନ୍ଧି ହତ୍ୟା ମାମଲାରେ ୬ଜଣ ଦୋଷୀଙ୍କୁ ଖଲାସା କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତିକୁ ନିନ୍ଦା କରିଛି କଂଗ୍ରେସ । କୋର୍ଟଙ୍କ ଏହି ନିଷ୍ପତି ସମ୍ପୂର୍ଣ୍ଣଭାବେ ଭୁଲ ଅଟେ ଓ ଏହା ନିନ୍ଦନୀୟ ଘଟଣା । ଦଳ ଏକଥା ମଧ୍ୟ କହିଛି କି ସର୍ବୋଚ୍ଚ ନ୍ୟାୟଳୟଙ୍କ ନିଷ୍ପତି ଆଦୌ ଗ୍ରହଣନୀୟ ନୁହେଁ ।

ଏହା ଭିତରେ ନୂଆ ଘଟଣା ସମ୍ନାକୁ ଆସିଛି । ରାଜୀବଙ୍କ ହତ୍ୟାକାରୀଙ୍କୁ ଖଲାସ କରିବା ପରେ ଏବେ ନିଜ ସ୍ତ୍ରୀକୁ ହତ୍ୟା କରି ଜେଲ ଦଣ୍ଡାଦେଶ ଭୋଗୁଥିବା ଦୋଷୀ ସ୍ୱାମୀ ଶ୍ରଦ୍ଧାନନ୍ଦ ମଧ୍ୟ ତାଙ୍କୁ ଖଲାସା କରାଯାଉ ବୋଲି ସେ ଦାବି କରିଛନ୍ତି । ସୁପ୍ରମିକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଦୋଷୀଙ୍କ ଓକିଲ କହିଛନ୍ତି, ଯଦି ରାଜୀବଙ୍କ ହତ୍ୟାକାରୀଙ୍କୁ ସମୟ ପୂର୍ବରୁ ଖଲସା କରାଯାଉଛି ତେବେ ଶ୍ରଦ୍ଧା ନନ୍ଦଙ୍କୁ କଣ ପାଇଁ ଏହି ଅଧିକାର ମିଳିବ ନାହିଁ । କୋର୍ଟଙ୍କ ଏଭଳି ନିଷ୍ପତି ସମାନତା ଅଧିକାରର ଏହା ଉଲ୍ଲଂଘନ ବୋଲି ଶ୍ରଦ୍ଧାନନ୍ଦଙ୍କ ଓକିଲ ଯୁକ୍ତି ବାଢେଇଛନ୍ତି । ମହୀଶୁରରେ ସାକେରାଙ୍କୁ ବିବାହ କରିଥିଲେ ଶ୍ରଦ୍ଧାନନ୍ଦ । ତେବେ ଅର୍ଥଲୋଭରେ ତାଙ୍କ ୧୯୯୧ ମସିହାରେ ଜିଅନ୍ତା ପୋଡି ହତ୍ୟା କରିଥିଲେ ଓ ପୁଲିସ ମାଟିତୁଳ ଖୋଲି ଶବ ଜବତ କରିଥିଲ । ୧୯୯୪ ମସିହାରେ ଦୋଷୀକୁ ଗିରଫ କରାଯାଇଥିଲା ହତ୍ୟା ମାମଲାରେ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ମୃତ୍ୟୁଦଣ୍ଡାଦେଶକୁ କୋହଳ କରାଯାଇ ଆଜୀବନ କାରାଦଣ୍ଡ ପରିଣତ କରାଯାଇଥିଲା । ଦୋଷୀ ଶ୍ରଦ୍ଧାନନ୍ଦ ୨୯ବର୍ଷ ହେଲାଣି ଜେଲଦଣ୍ଡାଦେଶ କାଟୁଛନ୍ତି ।