ନିୟମିତ ହେଲେ ଠିକା କର୍ମଚାରୀ, ହେଲେ ପ୍ରାଥମିକ ଶିକ୍ଷକ ପାଇଲେନି ନ୍ୟାୟ।

356

କନକ ବ୍ୟୁରୋ: ରାଜ୍ୟରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଲା । କିନ୍ତୁ ଏବେ ବି ଅେନେକ ସଂଘ ଏଥିରୁ ବାଦ ପଡିଛନ୍ତି । ହୋମଗାର୍ଡ ସଂଘ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ପିଷ୍ଟା ଏଭଳି ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକାରେ ୮ ବର୍ଷ ଓ ୬ ବର୍ଷ କାମ କରିଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ସାବତ ପୁଅ ଭଳି ବିଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ସଂଘ । ସଂଘ କହିଛି, ସେମାନଙ୍କ ଠିକା ନିଯୁକ୍ତିକୁ ବାତିଲ କରାଯାଇନାହିଁ । ସେମାନଙ୍କ ୮ବର୍ଷ ଓ ୬ ବର୍ଷକୁ ମୂଳ ଚାକିରୀରେ ଗଣନା କରାଯାଇନାହିଁ । ଏପରିକି ଦରମା ବୃଦ୍ଧି ମଧ୍ୟ କରାଯାଇନାହିଁ ।

ଏହାରିଭିତରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ବର୍ଷ ଅଧାରେ ଜାରି ନୂଆ ସିଲାବସରେ ବେସିକ ଆଇଟି ସ୍କିଲକୁ ସାମିଲ କରାଯାଇଛି । କିନ୍ତୁ ଅଧିକାଂଶ ସ୍କୁଲରେ ଭିତିଭୂମି ନାହିଁ ଏବଂ କୌଣସି ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି । ଦୁଇ ବର୍ଷ ତଳେ ୪ ହଜାର ଆଇସିଟି କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯାଇଛି । ଏଭଳି ସ୍ଥଳେ ନୂଆ ସିଲାବସର ସଫଳ କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠିଛି ।

ବୁଧବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛିା ଏଥିରେ ୮ ହଜାର ମାଧ୍ୟମିକ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନେଇ ନିଷ୍ପତି ନିଆଯିବା ତେବେ ଆଉଟସୋର୍ସିଂ ଦ୍ୱାରା ଏହି ନିଯୁକ୍ତି ହେଲେ ଛଟେଇ ହୋଇଥିବା ଆଇସିଟି କମ୍ପ୍ୟୁଟର ଶିକ୍ଷକଙ୍କୁ ଅଗ୍ରାଧିକାର ଦିଆଯିବ କି ନାହିଁ ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛିା