ବର୍ଷା ପରେ ଝଡ : ଘଡଘଡି, ବିଜୁଳି ସହ ବର୍ଷା ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

117

କନକ ବ୍ୟୁରୋ : ବର୍ଷା ପରେ ଝଡ । ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ । ମଧ୍ୟମରୁ ଅତି ପ୍ରବଳ ଘଡଘଡି, ବିଜୁଳି ସହ ଝଡ ନେଇ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ଜଗତସିଂପୁର ଏବଂ କେନ୍ଦ୍ରାପଡା ।

ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହଯାଇଛି । ପ୍ରବଳ ଘଡଘଡି, ବିଜୁଳି ମାରିବାର ସମ୍ଭାବନା ଥିବାରୁ ଆଗାମୀ ୩ ଘଣ୍ଟା ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସୁରକ୍ଷିତ ସ୍ଥାନରେ ରହିବା ସହ ପାଣିପାଗ ବିଭାଗ ସହ ଯୋଡି ରହିବାକୁ କୁହାଯାଇଛି । ଆଜି ସକାଳୁ କଟକ, ଭୁବନେଶ୍ୱର, କେଉଁଝର ସମେତ ରାଜ୍ୟରେ କେତକ ସ୍ଥାନରେ ଘଡଘଡି ସହ ବର୍ଷା ଲାଗି ରହିଛି ।