ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କଲା ଅବପାତ । ଆହୁରି ୧୨ ଘଣ୍ଟା ରହିବ ତୀବ୍ରତା, ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ।

264

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ, ମଙ୍ଗଳବାର ଦିନ କୌଣସି ସତର୍କ ସୂଚନା ନାହିଁ କିନ୍ତୁ ବୁଧବାର ଓ ଗୁରବାର ଠାରୁ ପୁଣି ବର୍ଷା । ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପଟେ ସୁଦୃଶ୍ୟ ଲଘୁଚାପ, ଅବପାତର ରୂପ ନେଇ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ଆଜି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଦିନ ତମାମ ମେଘୁଆ ପାଗ ସହ ବର୍ଷା ଜାରି ରହିଛି ।

ଆଜି ଓଡ଼ିଶାରେ ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ନୂଆପଡ଼ା, ବଲାଙ୍ଗୀର ,କଳାହାଣ୍ଡି, ସୋନପୁର, ବରଗଡ଼, ଅନଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ସେହିପରି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ତାରିଖ ଦିନ କେବଳ ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ପାଇଁ ୟେଲୋ ୱାର୍ଣ୍ଣଂ କରାଯାଇଛି । ୧୬ ତାରିଖରେ ବର୍ଷା କମିବ । ତେବେ ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା ଥିବାରୁ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।