କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ର କେନ୍ଦ୍ର-ଏମ୍ପୋ୍ଲୟବିଲିଟି ତାଲିମ କାର୍ଯ୍ୟକ୍ରମ, ଟିସିଏସ୍ ସହଯୋଗରେ ବାଲେଶ୍ୱର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରର ୧୧ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ଟିସିଏସରେ ନିଯୁକ୍ତି ହାସଲ କରିବାରେ ସହାୟକ ହୋଇଛି । ପେସାଦାର କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକ ଅତିକ୍ରମ କରିବାରେ ଉପେକ୍ଷୀତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଲଘୁଦକ୍ଷତା ଏବଂ ନିଯୁକ୍ତି ଲାଗି ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି ।

Advertisment

ଚୟନ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ ଦକ୍ଷତା, ଦଳଗତ କାର୍ଯ୍ୟ, ସମସ୍ୟା-ସମାଧାନ, ସମୟ ପରିଚାଳନା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଉପରେ ୨୧ ଦିନ ପର୍ଯ୍ୟନ୍ତ କଠୋର ତାଲିମ ପ୍ରଦାନ କରାଯାଇଥିଲା । ଟିସିଏସ୍ର ଅଭିଜ୍ଞ ପେସାଦାରମାନେ ତାଲିମ ପ୍ରଦାନ କରିଥିଲେ ଏବଂ କର୍ମ ଜୀବନ ଏବଂ ବାହାରେ ଦେଖାଦେଉଥିବା ଆହ୍ୱାନକୁ ଯେଭଳି ଛାତ୍ରଛାତ୍ରୀମାନେ ଅତିକ୍ରମ କରିପାରିବେ ସେହି ଅନୁସାରେ ତାହାପ୍ରସ୍ତୁତକରାଯାଇଛି । ରିଜ୍ୟୁମ ଲିଖନ ଏବଂ ସାକ୍ଷାତକାରରେ ଭାଗ ନେବା ଆଦି ଉପରେ କର୍ମଶାଳା ଏହିତାଲିମ କାର୍ଯ୍ୟକ୍ରମରେ ସାମିଲ ଥିଲା ।

୪୮ଜଣିଆ ଛାତ୍ରଛାତ୍ରୀଙ୍କ ବ୍ୟାଚ୍ ମଧ୍ୟରୁ ପୂର୍ବ ପର୍ଯ୍ୟାୟ ସାକ୍ଷାତକାରରେ ୫ ଜଣ କୋଲକାତାରେ ନିଯୁକ୍ତି ପାଇଥିଲେ । ବର୍ତମାନ ଆଉ ୬ ଜଣ ଛାତ୍ରଛାତ୍ରୀ ଟିସିଏସ୍ ଭୁବନେଶ୍ୱରରେ ନିଯୁକ୍ତି ପାଇଛନ୍ତି, ଫଳରେ ନିଯୁକ୍ତି ପାଇଥିବା ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧ରେ ପହଂଚିଛି । “ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସଫଳ ହୋଇଥିବା ଆମ ପାଇଁ ଅତ୍ୟନ୍ତ ରୋମାଂଚକର ଅନୁଭୂତି ବୋଲି ଟିପିଏନ୍ଓଡିଏଲ୍ର ସିଇଓ ଭାସ୍କର ସରକାର କହିଛନ୍ତି । “ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବା ଏବଂ ଲକ୍ଷ୍ୟ ହାସଲକରିବା ପାଇଁ ଆବଶ୍ୟକ ଦକ୍ଷତା ସହ ଉପେକ୍ଷୀତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ହେଉଛି ଆମର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଛାତ୍ରଛାତ୍ରୀମାନଙ୍କ ସଫଳତାର ଏକ ଅଂଶ ହୋଇଥିବାରୁ ଆମେ ଗର୍ବିତ ।’’ “ମୋ ସ୍ୱପ୍ନର ଅନୁଷ୍ଠାନରରେ ନାମ ଲେଖାଇବା ସୁଯୋଗ ହାସଲ କରିବାରେ ମୋତେ ତାଲିମ ଓ ସହାୟତା ଦେଇଥିବାରୁ ଟିପିଏନ୍ଓଡିଏଲ୍ ନିକଟରେ ମୁଁ କୃତଜ୍ଞ ବୋଲି ଚୟନ ହୋଇଥିବା ଜଣେ ବିଦ୍ୟାର୍ଥୀ କହିଛନ୍ତି । ଆହ୍ୱାନକୁ ସାମ୍ନା କରିବା ଏବଂ ଲକ୍ଷ୍ୟ ହାସଲ କରିବା ଲାଗି ଏହି ତାଲିମ ମୋତେ ବିଶ୍ୱାସ ଦେଇଥିଲା । ଏହି ସୁଯୋଗର ସଦୁପଯୋଗ କରିବାକୁ ମୁଁ ଚାହିଁରହିଛି ।’’ ଟିପିଏନ୍ଓଡିଏଲ୍ ଧନ୍ଦାମୂଳକ ତାଲିମ କେନ୍ଦ୍ର ହେଉଛି ଟିପିଏନ୍ଓଡିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅଭିଯାନର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ଓ ଦକ୍ଷତା ବିକାଶ ଜରିଆରେ ଉପେକ୍ଷୀତ ବର୍ଗର ପିଲାମାନଙ୍କୁ ସଶକ୍ତ କରିବା । ଶୂଭାରମ୍ଭ ହେବା ପରଠାରୁ ଏହି କେନ୍ଦ୍ର ଶତାଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରାଇଛି ଏବଂ ବହୁ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ଜାରି ରଖିଛି ।
ମନୋନିତ ବା ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ:
ପାୟଲ ରାଣୀ ଦେହୁରିଆ
ଡୋନା ଶା
କାହ୍ମୁ ଚରଣ ଜେନା
ରାଜେନ୍ଦ୍ର ସାହୁ
କୀରଣ କୁମାର ଦାସ