ଦେଶରେ ବଢୁଛି ଆର୍ଥିକ ମାନ୍ଦାବସ୍ଥା, ୬୦୦ କର୍ମଚାରୀଙ୍କୁ ଛଟେଇ କଲା ଏହି କମ୍ପାନୀ

104

କନକ ବ୍ୟୁରୋ : କରୋନା ମହାମାରୀ ସାଂଗକୁ ଦୁର୍ବଳ ଅଥନୀତି ପରିଚାଳନା ଏବେ ଦେଶବାସୀଙ୍କ ପାଇଁ କାଳ ହୋଇଛି । ଏହି କ୍ରମରେ ଦେଶରେ ଏବେ ଅର୍ଥନୈତିକ ଅଭିବୃଦ୍ଧି ଲଗାତର ଦୁର୍ବଳ ହେବାରେ ଲାଗିଛି । ଏପଟେ କିଛି ଅର୍ଥନୈତିକ ବିଷାରଦମାନଙ୍କ ମତରେ ଦେଶର ଆର୍ଥକ ଅଭିବୃଦ୍ଧି ଆଗାମୀ ଦିନରେ ଆହୁରି ଦୁର୍ବଳ ହେବାକୁ ଯାଉଛି । ଏହି କାରଣରୁ ଦେଶରେ ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ଏବେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏବେ ଏକ ପୁରୁଣା କାର ବିକ୍ରେତା କମ୍ପାନୀ ୬୦୦ କର୍ମଚାରୀଙ୍କୁ ଛଟେଇ କରିଛି ।

କାର୍ସ୨୪ ନାମକ ଏହି ଇ-କମର୍ସ କମ୍ପାନୀ ୬୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି କି କମ୍ପାନୀ ବ୍ୟବସାୟ କରିବାର ଏହା ଏକ ସାମାନ୍ୟ ପ୍ରକ୍ରିୟା । କମ୍ପାନୀ ପ୍ରତିବର୍ଷ ପ୍ରଦର୍ଶନ ଆଧାରରେ କର୍ମଚାରୀ ଛଟେଇ କରେ ବୋଲି କୁହାଯାଇଛି । ଦେଶର ଆର୍ଥିକ ମାନ୍ଦାବସ୍ଥା ସହ କର୍ମଚାରୀ ଛଟେଇରେ କୌଣସି ସମ୍ବନ୍ଧ ନଥିବା କଥା ସ୍ପଷ୍ଟିକରଣ ଦେଇଛି କମ୍ପାନୀ । କହିରଖୁ କି କାର୍ସ୨୪ କମ୍ପାନୀରେ ୯,୦୦୦ ରୁ ଅଧିକ କର୍ମଚାରୀ କାମ କରିଥାନ୍ତି । ଏବେ କମ୍ପାନୀ ୬.୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି ।

ସୂଚନା ମୁତାବକ କିଛିଦିନ ତଳେ ଶିକ୍ଷା ବ୍ୟବସାୟ କରୁଥିବା ବେଦାନ୍ତୁ ଦୁଇଟି ପର୍ଯ୍ୟାୟରେ ୬୨୪ ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ସେହିଭଳି ଅନ୍ୟଏକ ଶିକ୍ଷାନୁଷ୍ଠାନ ଅନଏକାଡେମୀ ବି ୬୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି । ଦେଶରେ ଏଭଳି ମାନ୍ଦାବସ୍ଥା ଲାଗି ରହିଲେ ଆଗାମୀ ଦିନରେ ନିଯୁକ୍ତି ଠାରୁ ଛଟେଇ ପ୍ରତିଶତ ବହୁତ ଆଗକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।