ପାର୍ବଣ ଗାଇଡଲାଇନ୍ ନେଇ ଏସଆରସିଙ୍କ ପ୍ରେସମିଟ୍ । ପଢନ୍ତୁ, କ’ଣ କହିଲେ ଏସଆରସି?

289

କନକ ବ୍ୟୁରୋ: ଆଗକୁ ଆସିବାକୁ ଯାଉଛି ପାର୍ବଣ ଋତୁ । ହେଲେ ସଂକ୍ରମଣ ଭିତରେ ପର୍ବ ପର୍ବାଣୀର ମାହୋଲ ଏବେ ସରକାରଙ୍କ ପାଇଁ ଚିନ୍ତା ଆଣିଛି । ପର୍ବ ପର୍ବାଣୀ ପରେ ସଂକ୍ରମଣ ସୀମା ଟପିବାର ଭୟ ଏବେ ରାଜ୍ୟ ସରକାରଙ୍କୁ ଘାରିଥିବାବେଳେ, ସରକାର ଏଥିପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି । ଏସବୁ ଭିତରେ ଆସନ୍ତାକାଲି ପଶ୍ଚିମ ଓଡିଶାରେ ହେବାକୁ ଯାଉଛି ଗଣପର୍ବ ନୂଆଖାଇଁ । ଆଉ ଏହାପୂର୍ବରୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ପଢନ୍ତୁ, କଣ କହିଲେ ସ୍ୱତନ୍ତ୍ର ରିଲିଫ କମିଶନର?

  • କୋଭିଡ କଟକଣା ମାନି ନୂଆଁଖାଇ ପାଳିବା
  • ଭିଡ ଭିତରକୁ ନଯାଇ କରୋନାରୁ ରକ୍ଷା ପାଇବା
  • ଆମେ କରୋନାର ୨ଟି ଲହର ଦେଖି ସାରିଲେଣି
  • ଜନସ୍ୱାର୍ଥ ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅନେକ କ୍ଷେତ୍ରରେ ଏବେ ବି କଟକଣା ରହିଛି
  • କରୋନାର ମୂଳମନ୍ତ୍ର ହେଉଛି ସାମାଜିକ ଦୂରତା ବଜାୟ ରଖିବା
  • ପାର୍ବଣ ସମୟରେ ମାସ୍କକୁ ସଠିକ ଢଙ୍ଗରେ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା
  • ଓନାମ ପର୍ବ ପାଳନ ପରେ କେରଳରେ ପଜିଟିଭ ସଂଖ୍ୟା ବଢିଛି
  • କୁମ୍ଭମେଳା ଏବଂ ଓନାମ ପର୍ବରୁ ଆମକୁ ଶିକ୍ଷା ଲାଭ କରିବାକୁ ଅଛି

୪ ଫୁଟ ରହିବ ମୂର୍ତ୍ତିର ଉଚ୍ଚତା

  • ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ମୂର୍ତ୍ତିର ଉଚ୍ଚତା
  • କରୋନା ପାଇଁ ଏଥର ନିରାଡ଼ମ୍ବରରେ ମା’ଙ୍କୁ ଆରାଧନା କରାଯିବ
  • ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଆଉ କିଛିଦିନ ପାଳିବା
  • ଏ ବର୍ଷଟା ଆମେ ଧର୍ଯ୍ୟର ସହ ସରକାରଙ୍କ ଗାଇଡଲାଇନକୁ ମାନିବା
  • ପ୍ରାର୍ଥନା କରିବା ଆରଥରକୁ ମା’ଙ୍କ ସିଧାସଳଖ ଦର୍ଶନ କରନ୍ତୁ ଭକ୍ତ
  • ପୂଜା କମିଟିଗୁଡ଼ିକୁ ଅନୁରୋଧ, ସରକାରଙ୍କୁ ଏମିତି ସହଯୋଗ କରୁଥାନ୍ତୁ
  • ଏମିତି ସହଯୋଗ ହିଁ ଆମକୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଲଢ଼ିବାକୁ ବଳ ଦେବ